www.samajalive.in
Thursday, December 11, 2025
16.1 C
Bhubaneswar

ଏଟିଏମରୁ ଟଙ୍କା ଲୁଟ ଉଦ୍ୟମ ବିଫଳ, ଉତ୍ତରପ୍ରଦେଶର ୪ ଯୁବକ ଅଟକ ଓ କାର ଜବତ

ନବରଙ୍ଗପୁର: ନବରଙ୍ଗପୁର ଏସବିଆଇ ଶାଖା ନିକଟରେ ଏଟିଏମରୁ ବିଭିନ୍ନ ଜ୍ଞାନ କୌଶଳ ପ୍ରୟୋଗ କରି ଟଙ୍କା ଲୁଟ କରିବା ଉଦ୍ୟମ ଚାଲୁଥିବା ନେଇ ଭୁବନେଶ୍ବରରୁ ଏକ ଫୋନ କଲ ଆସିଥିଲା। ନବରଙ୍ଗପୁର ଥାନା ଅଧ୍ୟାକାରୀ ତାରିକ ଅହମ୍ମଦ ତୁରନ୍ତ ଏଟିଏମ ନିକଟରେ ପୋଲିସ ଫୋର୍ସ ଓ ସହ ଅଧିକାରୀଙ୍କୁ ନେଇ ଘେରିଥିଲେ। ଲୁଟ କରିବାକୁ ଆସିଥିବା ୪ ଜଣ ଉତରପ୍ରଦେଶର ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ସେମାନେ ଆଣିଥିବା କାର ନମ୍ବର (ୟୁପି୩୫ ବିଡି୦୧୦୪)ରେ ପ୍ରଥମେ ବସାଇ ତାହାର ଚାରିପାଖ ପୋଲିସ ଜଗି ରହି ପ୍ରଥମେ ସେମାନଙ୍କ ଠାରୁ ୫ଟି ମୋବାଇଲ ଜବତ କରିଥିଲେ।

ପୋଲିସ ଗାଡିରେ ୪ ଜଣଙ୍କୁ ଥାନାକୁ ଆଣିଥିଲେ। ବ୍ୟବହାର କରୁଥିବା କାରକୁ ପୋଲିସ ଥାନାକୁ ଆଣିଥିଲା। ଗାଡି ମଧ୍ୟରେ ୪ଟି ବ୍ୟାଗ, ୨୩ଟି ଏଟିଏମ କାର୍ଡ, ଏକାଧୁକ ପାସବୁକ, ୩ଟି ମନିପର୍ସ, କିଛି ଟଙ୍କା, ଗୋଟିଏ ମୋବାଇଲ ଏକ ପରିଚୟ ପତ୍ର ସମେତ ଗାଡିର କାଗଜ ପତ୍ର ମଧ୍ୟ ଜବତ କରିଛନ୍ତି। ଏନେଇ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଏହି ଚଢାଉରେ ଥାନା ଅଧିକାରୀ ଅହମ୍ମଦ ସମେତ ଅତିରିକ୍ତ ଥାନା ଅଧିକାରୀ ରାମେଶ୍ବର ପ୍ରଥାନ, ଏ.ଏସଆଇ. ଅଶୋକ ଦେଓ ଏବଂ ପୁଲିସ ଫୋର୍ସ ସାମିଲ ଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories