ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବଡପାଟଣା ପଞ୍ଚାୟତ ର ଝାଟିପଡା ଗ୍ରାମରେ ଆଜି ସହସ୍ରାଧିକ ବୃକ୍ଷ ରୋପଣ କରାଯାଇଛି। ଏହି ବୃକ୍ଷ ରୋପଣ ଅଭିଯାନରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ। ଝାଟିପଡା ଠାରୁ କନିଆଡୁବା ରାସ୍ତାର ଉଭୟ ପାର୍ଶ୍ୱରେ ଓ ପାଖ ଉଜୁଡା ଜଙ୍ଗଲରେ ଏହି ବୃକ୍ଷ ରୋପଣ କରାଯାଇଛି।
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ, ବନପାଳ ସନାତନ ମିଶ୍ର, ବନରକ୍ଷୀ ତ୍ରିନାଥ ଜେନା, ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ, ବଡପାଟଣା ସରପଞ୍ଚ ଚନ୍ଦ୍ରଶେଖର ନାଏକ, ସମାଜସେବୀ ବଳରାମ ବାରିକ, ବିଜେଡ଼ି ନେତା ପ୍ରମୋଦ ଭଞ୍ଜ, ରଞ୍ଜନ କୁମାର ବେହେରା, ଦିଲ୍ଲିପ କୁମାର ଭଞ୍ଜ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ଥିଲେ।



