www.samajalive.in
Monday, December 8, 2025
24.1 C
Bhubaneswar

ପ୍ରକାଶ ପାଇଲା +୨ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର : ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ସୋମବାର ପ୍ରକାଶ ପାଇଛି। କଳା, ବାଣିଜ୍ୟ, ବିଜ୍ଞାନ, ସଂସ୍କୃତ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ୧ ଲକ୍ଷ ୭୩ ହଜାର ୬୩ ଆସନ ଖାଲି ଅଛି। ସେଥି ମଧ୍ୟରୁ ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୫୪ ହଜାର ୬୩୩ ଜଣ ବିଦ୍ୟାର୍ଥୀଙ୍କୁ ମନୋନୟନ କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ଉପରିସ୍ଥ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର ପାଇଁ ଆଗ୍ରହୀ ବିଦ୍ୟାର୍ଥୀ ସ୍ଲାଇଡ୍‌ ଅପ୍‌ ଜରିଆରେ ମୋଟ ୨୫ ହଜାର ୬୬୩ ଜଣ ମନୋନୀତ ହୋଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକାରେ ମଧ୍ୟ କଳା,ବାଣିଜ୍ୟ, ବିଜ୍ଞାନ ପାଠ୍ୟକ୍ରମରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ପ୍ରଥମ ପସନ୍ଦ ପାଲଟିଛି। ତିନି ପାଠ୍ୟକ୍ରମରେ ରେଭେନ୍ସା ଶୀର୍ଷରେ ରହିଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୨୭ ହଜାର ୭୫୬ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ୩୦ ଜିଲାରେ ୧ ଲକ୍ଷ ୭୩ ହଜାର ୬୩ ଆସନ ଖାଲି ରହିଥିଲା। ମେଧା ତାଲିକାରେ ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟ ଶୀର୍ଷରେ ରହିଛି। ସାଧାରଣ ବର୍ଗ କଳାରେ ରେଭେନ୍ସାର କଟ୍‌ ଅଫ୍‌ ମାର୍କ ୭୬.୫% ଥିବା ବେଳେ ବିଜେବିରେ ୭୬.୪, ଭଦ୍ରକ କଲେଜରେ ୭୩.୧୭, ଫକିର ମୋହନ କଲେଜରେ ୭୩, ଶୈଳବାଳାରେ ୭୨.୬୭% ରହିଛି। ବିଜ୍ଞାନ ବିଭାଗରେ ରେଭେନ୍ସାର ସର୍ବାଧିକ ୯୦%, ବିଜେବିର ୮୮.୩୩, ଉପେନ୍ଦ୍ରନାଥ କଲେଜ, ସୋରର ୮୬.୩୩, ଫକିର ମୋହନ କନିଷ୍ଠ ମହାବିଦ୍ୟାଳରେ ୮୫.୫ ରହିଛି। ବାଣିଜ୍ୟରେ ରେଭେନ୍ସାରେ ୮୦, ରାଉରକେଲା ସରକାରୀ ମହାବିଦ୍ୟାଳୟର ୭୯.୫, ଶୈଳବାଳା କନିଷ୍ଠ ମହାବିଦ୍ୟାଳୟର ୭୫.୫, ବିଜେବିର ୭୩.୬୭, ଜେକେବିକେରେ ୭୨.୬୭% ରହିଛି। ସଂସ୍କୃତ ବିଭାଗରେ ବଲାଙ୍ଗୀରସ୍ଥିତ ବିଦ୍ୟାଭୂଷଣ ସଂସ୍କୃତ କଲେଜର କଟ୍‌ ଅଫ୍‌ ମର୍କ ୪୩.୧୭% ଥିବା ବେଳେ ଧନ୍ଦାମୂଳକ ବିଭାଗରେ ଧର୍ମଗଡ଼ ସରକାରୀ କଲେଜର କଟ୍‌ ଅଫ୍‌ ମାର୍କ ସର୍ବାଧିକ ୭୦% ରହିଛି।
ଦ୍ବିତୀୟ ପର୍ଯ୍ୟାୟରେ କଳା ପାଠ୍ୟକ୍ରମରେ ସର୍ବାଧିକ ୪୦ ହଜାର ୮୭୧ ଛାତ୍ରଛାତ୍ରୀଙ୍କୁ ମନୋନୟନ କରାଯାଇଛି। ବିଜ୍ଞାନ ପାଠ୍ୟକ୍ରମରେ ୧୦ ହଜାର ୩୮୨ ଛାତ୍ରଛାତ୍ରୀଙ୍କୁ ମନୋନୟନ କରାଯାଇଥିବାବେଳେ ବାଣିଜ୍ୟ ପାଠ୍ୟକ୍ରମରେ ୨୬୪୪, ସଂସ୍କୃତରେ ୨୬୯ ଓ ଧନ୍ଦାମୂଳକ ଶିକ୍ଷାରେ ୪୬୭ ଜଣଙ୍କୁ ମନୋନୟନ କରାଯାଇଛି। ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀଙ୍କ ମଧ୍ୟରେ ୨୮ ହଜାର ୮୪୪ ଛାତ୍ର ଥିବାବେଳେ ୨୫ ହଜାର ୭୮୭ ଛାତ୍ରୀ ଅଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୨ ଜଣ କିନ୍ନର ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି।
୨୦୩୫ କନିଷ୍ଠ ମହାବିଦ୍ୟାଳୟ ରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କର ନାମଲେଖା ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ ଏହି ଅବଧି ମଧ୍ୟରେ ସଂପୃକ୍ତ ଶିକ୍ଷାନୁଷ୍ଠାନ ଯାଇ ଉପସ୍ଥିତି ଜାହିର କରିବା ସହ ନାମ ଲେଖାଇପାରିବେ। ଅକ୍ଟୋବର ୪ରେ ସ୍ପଟ୍‌(ତତ୍‌କ୍ଷଣାତ) ନାମଲେଖା ପାଇଁ ଆବେଦନ ହେବ ଓ ୫ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ୭ରେ ସ୍ପଟ୍‌ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ନାମ ଲେଖାଇବେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories