www.samajalive.in
Thursday, December 11, 2025
18.1 C
Bhubaneswar

ଭାରତବନ୍ଦକୁ ସଫଳ ଜଣାଇ ହିନ୍ଦ ମଜଦୁର ସଂଘର ଧର୍ମଘଟ

ଗୁରୁଡିଝାଟିଆ :  କେନ୍ଦ୍ର ସରକାରଙ୍କ କୃଷି ଓ କୃଷକମାରଣ ନୀତି, ଖଟିଖିଆ ଶ୍ରମିକ ପ୍ରତି ହତାଦର, କୃଷକଙ୍କ ପାଇଁ ପ୍ରଣୟନ ଓ କଳକାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କ ସ୍ୱାର୍ଥ ପ୍ରତି ଆଖିବୁଜିଦେବା ପଛରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଆହ୍ୱାନକ୍ରମେ ଭାରତବନ୍ଦକୁ ସଫଳ କରିବା ପାଇଁ ହିନ୍ଦ ମଜଦୂର ସଂଘ ସମର୍ଥନ ଜଣାଇବା ସହ ବିଭିନ୍ନ କୃଷକ ସଂଗଠନ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଖୁଣ୍ଟୁଣୀ ଗୋଲେଇଛକ ଠାରେ ୫୫ ନଂ ଜାତୀୟ ରାଜପଥକୁ ଅବରୋଧ କରାଯିବା ସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନକାରୀ ନାରାବାଜି କରିଥିଲେ। ସେହିଭଳି ଆରତୀ କାରଖାନା, ଜେକେ ଲକ୍ଷ୍ମୀ ସିମେଣ୍ଟ, ଶ୍ରୀ ସିମେଣ୍ଟ, ଅନନ୍ତପୁର ଠାରେ ଟାଟା ଷ୍ଟିଲ ଓ କଖଡି ଠାରେ ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ ଅବରୋଧ କରାଯାଇଥିଲା । କଖଡିରେ ବ୍ୟାଙ୍କ, କଲେଜ ,ସ୍କୁଲକୁ ବନ୍ଦ କରାଯାଇଥିବା ବେଳେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇଥିଲା । ଶ୍ରମିକନେତା ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଜାତୀୟ ରାଜପଥ ,ଆରତୀଷ୍ଟିଲ, ଜେକେଲକ୍ଷ୍ମୀ ସିମେଣ୍ଟ ଓ ଶ୍ରୀ ସିମେଣ୍ଟ ସମ୍ମୁଖରେ ନାରାବାଜି ଦିଆଯାଇଥିଲା। ଆରତୀ କାରଖାନା କର୍ମଚାରୀ ସଂଘର ସଂପାଦକ ସନ୍ତୋଷ କୁମାର ପ୍ରଧାନ, ଆଲୋକ ବସ୍ତିଆ, ପ୍ରଦୋଷ ଧଳ, ପ୍ରଣବାନନ୍ଦ ପ୍ରଧାନ, ସରୋଜ ସ୍ୱାଇଁ, ମମ୍ମଥ ଖଟୁଆ, ରବିନ୍ଦ୍ର ବରାଳ, ଦେବାଶିଷ ମହାପାତ୍ର,ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀଧର ମହାନ୍ତି,ସୁଦାମ ଚରଣ ସାହୁ, ବଳରାମ ବେହେରା, କଖଡିଠାରେ ନରେନ୍ଦ୍ର କୁମାରସାହୁ,ବେଣୁଧର ମହାନ୍ତି, ବିଜୟ କୁମାର ରାଉତ, ଅଭିମନ୍ୟୁ ସୁତାର, ରଞ୍ଜନ କୁମାର ମୁଦୁଲି, ମହାଦେବ ମୁଦୁଲି, ସନାତନ ମହାନ୍ତି, କେନ୍ଦ୍ରସରକାର ଙ୍କ କୃଷକ,ଶ୍ରମିକ ଓ ଖଟିଖିଆମାରଣ ନୀତି ଓ ଦରଦାମ ବୃଦ୍ଧିର ପ୍ରତିବାଦ ଜଣାଇବା ସହିତ ନାରା ଦେଇଥିଲେ। ସେହଭଳି ଅନନ୍ତପୁର ଠାରେ ଟାଟାଷ୍ଟିଲ ନିକଟରେ ବଟକିଶୋର ସେଠୀ, ଶ୍ରୀକର ଜେନା, ଲକ୍ଷ୍ମୀପ୍ରିୟା ବେହେରା, ସରୋଜ କୁମାର ପଣ୍ଡା, ମନୋଜ ପ୍ରଧାନ ଓ କାରଖାମା କର୍ମଚାରୀସଂଘର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପ୍ରତିବାଦ ଜଣାଇଥିଲେ। କେନ୍ଦ୍ରସରକାରଙ୍କ କଳା ଆଇନ ଓ କୃଷକମାରଣନୀତି ସଂପର୍କରେ ପ୍ରତିବାଦ ଜଣାଇଥିଲେ। ହିନ୍ଦ ମଜଦୁର ସଂଘର କର୍ମକର୍ତ୍ତା ଓ କୃଷକମୋର୍ଚ୍ଚାର କର୍ମୀମାନେ ଏହି କାର୍ଯ୍ୟକ୍ରମକୁ ସଂଗଠିତ କରାଇଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories