www.samajalive.in
Thursday, December 11, 2025
18.1 C
Bhubaneswar

ଫଟୋଗ୍ରାଫର ଆସୋସିଏସନର ବାର୍ଷିକୋତ୍ସବ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ଫଟୋଗ୍ରାଫର ଆସୋସିଏସନର ୩ୟ ବାର୍ଷିକୋତ୍ସବ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ସତ୍ୟବ୍ରତ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଞ୍ଚଳରେ କର୍ତ୍ତବ୍ୟରତ ସାମ୍ବାଦିକ ଓ ଫଟୋଗ୍ରାଫର ମାନେ ନିଜ ନିଜ ଭିତରେ ଉତ୍ତମ ବୁଝାମଣା ଭିତରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଓଡିଶା ସିନେ ଆସୋସିଏସନର ସଂପାଦକ ଶ୍ରୀତମ ମହାନ୍ତି, ସମାଜସେବୀ ଦିଲ୍ଲୀପ ଛତାର, ଶିଳ୍ପପତି ଅବିନାଶ ପାତ୍ର, କଟକ ଜିଲ୍ଲା ବିଜେଡି ସଂପାଦକ ଶୁଭେନ୍ଦୁ ସାମଲ ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଫଟୋଗ୍ରାଫର ଗୋକୁଳାନନ୍ଦ ସାହୁ, ଉପେନ୍ଦ୍ର ନାଇଡୁ, ରମେଶ ଚନ୍ଦ୍ର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ସଞ୍ଜୀବ ତିୱାରୀ, ଦୀପକ କୁମାର ବେଉରା, ତ୍ରୀନାଥ ମାହୁନ୍ତ, ପ୍ରଦୀପ ମହାପାତ୍ର, ଆଲୋକ ଦାସ, ପରୀକ୍ଷିତ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories