www.samajalive.in
Wednesday, December 10, 2025
14.1 C
Bhubaneswar

ନଈକୂଳିଆ ଗାଁରେ କୁମ୍ଭୀର ଆତଙ୍କ, ନଦୀପଠାରୁ ଝାମ୍ଫିନେଲା ଅଜଣା ପଶୁ

ଆରଡି: ବାତ୍ୟା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଓ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିବା ଫଳରେ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳଭାବେ ପରିଚିତ ସୁନ୍ଦରପୁର, ଦୋହରାପାଟଣା, ଓଳଗ, ଅମୃତମଣି ଆଦି ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ ସମେତ ଅନ୍ଯ ନଦୀ ଉଛୁଳା ରହିଛି। ଫଳରେ ନଦୀରେ ସନ୍ତରଣ କରୁଥିବା ହିଂସ୍ର କୁମ୍ଭୀର ନଦୀପଠା ସମେତ ଅନେକ ନଈକୂଳି ଗାଁ ନିକଟରେ ଶୋଇ ରହୁଛନ୍ତି। ସୋମବାର ସକାଳୁ ସୁନ୍ଦରପୁର ପଞ୍ଚାୟତ ଦୋହରାପାଟଣା ଗାଁ ନିକଟସ୍ଥ ବୈତରଣୀ ନଦୀପଠାରେ କେତେକ ମଇଁଷି ଓ ଘୁଷୁରି ଚରୁଥିବା ବେଳେ ହିଂସ୍ର କୁମ୍ଭୀର ହଠାତ ଝାମ୍ଫ ମାରିଥିଲା। ପାଖରେ ଥିବା ଲୋକ କେହି କହିଥିଲେ କି ମଇଁଷି ଶାବକକୁ କୁମ୍ଭୀର ଝାମ୍ଫିନେଲା, ଅନ୍ୟ କେହି ଲୋକ କହିଥିଲେ ଘୁଷୁରୀ ଝାମ୍ଫିନେଲା। ହେଲେ ହିଂସ୍ର କୁମ୍ଭୀର ନିମିଶକ ମଧ୍ୟରେ ନଦୀଗର୍ଭକୁ ଚାଲିଯାଇଥିଲା। ଯାହାକି ସଠିକ ଭାବେ କିଛି ଜଣାପଡିନଥିଲା।

ଏପରିକି ଭୟରେ ପାଖରେ ଥିବା ଅନ୍ୟ ମଇଁଶି ଓ ଘୁଷୁରି ଦୌଉଡିବାକୁ ଲାଗିଥିଲେ। ଅନେକ ସମୟରେ ନଦୀରେ ହିଂସ୍ର କୁମ୍ଭୀର ସନ୍ତରଣ କରୁଥିବାରୁ ଭୟରେ ନଦୀରେ ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକମାନେ। ଏଥି ପୂର୍ବରୁ ହିଂସ୍ର କୁମ୍ଭୀର ନଦୀକୂଳରୁ ଶୌଚ ହେଉଥିବା ଲୋକଙ୍କୁ ନେଇଥିବା ବେଳେ ଆଜି ଏକ ଗୃହପାଳିତ ପଶୁକୁ ଝାମ୍ଫି ନେବାରୁ ଆତଙ୍କିତ ହୋଇ ପଡିଛନ୍ତି ନଦୀକୂଳିଆ। ସ୍ଥାନୀୟ ଲୋକଙ୍କର ଚାଷଜମି ନଈ ଆରପାରି ଅର୍ଥାତ ଯାଜପୁର ଜିଲା ଅଞ୍ଚଳରେ ଥିବାରୁ ପ୍ରତିଦିନ ନଦୀପାର ହୋଇ ଚାଷୀ ଓ ଅନ୍ଯମାନେ ଦେଶୀ ଡଙ୍ଗାରେ ଯାଆ ଆସ କରିଥାନ୍ତି। ହେଲେ ଜୀବନ ଜୀବିକା ପାଇଁ କୁମ୍ଭୀର ଭୟ ଏପରି ଥାଏ ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଯାଆ ଆସ କରିଥାନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories