www.samajalive.in
Wednesday, December 10, 2025
14.1 C
Bhubaneswar

ଅମରନାଥ ପୀଠ ଠାରେ ମନୋଜ୍ଞ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ

ବାଙ୍କୀ: ସ୍ନାତକୋତ୍ତର ସଂଘ ପକ୍ଷରୁ ରବିବାର ଦିନ ବୈଦେଶ୍ୱର ଥାନା ଅଳସୁଆ ଗ୍ରାମ ସ୍ଥିତ ଅମରନାଥ ପୀଠ ଠାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି କବି ରବିନାରାୟଣ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ସଂଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଡମ୍ବା ବିକଚ ସାହିତ୍ୟ ସଂସଦର ସଭାପତି ଦୁର୍ଯ୍ୟୋଧନ ବରାଳ ,ସମ୍ମାନିତ ଅତିଥି ସମାଜସେବୀ ସୁରଞ୍ଜନ ପଣ୍ଡା, କାଳନ୍ଦ୍ରୀ ଚନ୍ଦ୍ର ମିଶ୍ର,ପ୍ରାକ୍ତନ ଶିକ୍ଷକ ମନମୋହନ ରାଉତ, କୃଷ୍ଣଚନ୍ଦ୍ର ରାଉତ, କାର୍ତ୍ତିକ ଚନ୍ଦ୍ର ପୁହାଣ, ଲିଙ୍ଗରାଜ ଦାସ ଓ ପ୍ରଦୀପ ନାୟକ, ବିଶିଷ୍ଟ ଅତିଥି ଭାବବରେ ସନାତନ ସ୍ୱାଇଁ ପ୍ରମୁଖ ଯୋଗଦେଇ ବାଙ୍କୀ ମାଟି ସାରସ୍ୱତ ସାଧନର କ୍ଷେତ୍ର ବେଲି ମତ ପ୍ରକାଶ କରି ସୃଜନଶୀଳ ସ୍ରଷ୍ଟା ମାନେ ସମାଜର ମଙ୍ଗଳ ପାଇଁ ଲେଖନୀ ଚାଳନା ଏକ ମହତ ଓ ମଙ୍ଗଳମୟ କାର୍ଯ୍ୟ ବୋଲି ଆଲୋକପାତ କରିଥିଲେ। ସଂଘର ସଦସ୍ୟ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ଏବଂ ଶିକ୍ଷକ ନରୋତ୍ତମ ବେହେରା ଧନ୍ୟବାଦ ଦେଇଥିଲେ। ସ୍ନାତକୋତ୍ତର ଛାତ୍ର ରମାକାନ୍ତ ଭଂଜ, ନରୋତ୍ତମ ବେହେରା,ମମତା ଜେନା,ବାଣୀଜ୍ୟୋତି ଭଂଜ,ସଂଜୟ କୁମାର ସେଠୀ,କେଶବ ଚନ୍ଦ୍ର ନାୟକ,ଚିତରଂଜନ ବେହେରା ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡଃ ଚିତ୍ରସେନ ରାଉତ ଏବଂ ନିରଞ୍ଜନ ଉପାଧ୍ୟାୟଙ୍କୁ ମୁଖ୍ୟଅତିଥି ମାନପତ୍ର ଓ ଉପଢୈାକନ ପ୍ରଦାନ କରି ସମ୍ମାନିତ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories