www.samajalive.in
Sunday, December 14, 2025
19.1 C
Bhubaneswar

ନଦୀରେ ବଢ଼ିପାଣି ଆସିଲା, ୧୪ ଆଦିବାସୀ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଲା

ପାତ୍ରପୁର: ଗୁଲାବ ପ୍ରଭାବରେ ବର୍ଷାହେବା ପରେ ମହେନ୍ଦ୍ରତନୟା ଜଳଭଣ୍ଡାର ଭର୍ତ୍ତିହୋଇ ବନ୍ୟାଜଳ ନଦୀରେ ପ୍ରବାହିତ ହେବାପରେ ୧୪ ଆଦିବାସୀ ଗ୍ରାମର ଯାତାୟତ ସମସ୍ୟା ସୃଷ୍ଟି ହୋଇଛି। ପାତ୍ରପୁର ବ୍ଳକ ଆନ୍ଧ୍ର ସୀମାନ୍ତ ପାହାଡିଆ ଅଞ୍ଚଳରେ ଏହି ବ୍ଳକର ତୁମ୍ବା ଏବଂ ବୁରାତାଲ ପଂଚାୟତର ୧୪ଟି ଆଦିବାସୀ ଗ୍ରାମ ରହିଛି। ଏହି ସବୁ ଗ୍ରାମର ଲୋକମାନେ ମହେନ୍ଦ୍ରତନୟ। ନଦୀ ପାର ହୋଇ ଆନ୍ଧ୍ର କୁରୁଡ।ଲୁ ପହଂଚିବା ପରେ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ବିଭିନ୍ନ କାର୍ୟ୍ୟ ପାଇଁ ବ୍ଳକ ତହସିଲକୁ ପାତ୍ରପୁର ଆସିବାକୁ ହେଲେ ଗୁଡିଖଳା ଏବଂ ତୁମ୍ବା ପଙ୍କ।ଳ ନିକଟରେ ଦୁଇଟି ନଦୀ ପାର ହେବାକୁ ପଡୁଛି। ତେବେ ଗୁଡିଖଳା ନିକଟରେ ଥିବା ଆନ୍ଧ୍ରର ମହେନ୍ଦ୍ରତନୟା ଜଳଭଣ୍ଡାରରେ ପାଣି ଭର୍ତ୍ତି ହେବାପରେ ନଦୀରେ ଜଳ ପ୍ରବାହିତହେଉଛି। ଲୋକମାନେ ଏହି ଜଳଭଣ୍ଡାର ତଳ ଅଂଶ ଦେଇ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ଆନ୍ଧ୍ର ପଥ ଦେଇ ଯାତାୟତ କରୁଛନ୍ତି।

 

- Advertisement -

ତେବେ ଗୁଲାବ ପ୍ରଭାବରେ ବର୍ଷା ପରେ ଏବେ ଲୋକଙ୍କ ଯାତାୟତ ସମସ୍ୟା ସୃଷ୍ଟିହୋଇଛି। ଏହି ଅଂଚଳରେ ପାତ୍ରପୁର ବ୍ଳକର ଗୁଡିଖଳା, ଡାବୁଥଳି, ଗୁଡିପଦର, ଲାଇଡ।, ବତା ରା ସାହି, ଅବାଣ୍ଡିଆ, ମଇଁସି ଖତ, ସୋରଡା, ବିଲୁଗାଁ, କୁସମଳ।, ଆଡପଥର, ସୋରଡ଼ା, ସାନ ଏବଂ ବଡ ସଚର ପ୍ରଭୁତି ଗ୍ରାମ ରହିଛି। ଏହି ସବୁ ଗ୍ରାମର ଲୋକମାନେ ନିୟମିତ ଏହି ରାସ୍ତାଦେଇ ବଜାର ସଉଦା ଠାରୁ ଆରମ୍ଭ କରି ନିଜର ଜିନିଷ ବିକିବା ପାଇଁ ଏହି ନଦୀ ପାର ହେବାକୁ ପଡୁଛି। ଏହି ସବୁ ଗ୍ରାମ ଠାରୁ ପାତ୍ରପୁର ପ୍ରାୟ ୪୦ରୁ୫୦କିଲୋମିଟର ପଡୁଛି। ବର୍ଷା ଦିନରେ ଲୋକଙ୍କ ନଦୀ ରେ ପାଣି ଆସିଲେ ଦୁଃଖ ବଢୁଛି। ଗଜପତି ପ୍ରଶାସନ ତରଫରୁ ଗୁଡିଖଳା ନିକଟରେ ଏକ ପୋଲ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ପାତ୍ରପୁର ବ୍ଳକର ଏହି ଦୁର୍ଗମ ଅଞ୍ଚଳର ଲୋକଙ୍କ ସବୁଦିନିଆ ଯାତାୟତ ପାଇଁ ବୁରାତ।ଲ ରାସ୍ତା କୁ ସଡକ ନିର୍ବାଚନ ପ୍ରସ୍ତାବ ରହିଛି। ଏଣୁ ପ୍ରଶାସନ ଲୋକଙ୍କ ସୁବିଧାପାଇଁ ଏହି ପଥ ନିର୍ମାଣକାର୍ୟ୍ୟଆରମ୍ଭ କଲେ ଲୋକଙ୍କ ପଥକଷ୍ଟ ଦୂର ହୋଇପାରିବ।

ସାମୁଦ୍ରିକ ଝଡ଼ ଗୁଲାବ ପ୍ରଭାବ ଯୋଗୁଁ ଗତରାତ୍ର ବର୍ଷା ଫଳରେ ବୁରାତାଲ ପଂଚାୟତ କୁ ସଂଯୋଗ ପଥ ପାହାଡ଼ ପାଣି ଆସି ବିଚ୍ଛିନ୍ନ ହୋଇଥିଲା। ଏହା ଜଣା ପଡିବା ପରେ ପୂର୍ତ୍ତ ବିଭଗ ତରଫରୁ ତୁରନ୍ତ ମରାମତି ହେବାଫଳରେ ଜାତ ୟତ ସ୍ୱାଭାବିକ ହୋଇଛି। ଗତ କାଲି ରାତ୍ର ବର୍ଷା ହେବା ଫଳରେ ପାତ୍ରପୁର ବ୍ଳକ ତୁମ୍ବା ପାରଳାଖେମୁଣ୍ଡି ସଂଯୋଗ କରୁଥିବା ରାସ୍ତାର ଗୁଜୁଲିଙ୍ଗୀ ନିକଟରେ ରାସ୍ତା ଧୋଇ ହୋଇ ଥିବା ସକାଳୁ ଦେଖିବାକୁ ମିଳିଥିଲା।ତେବେ ଏହି ରାସ୍ତା ଧୋଇ ହେବାସହ ରାସ୍ତା ଉପରେ ପାଣି ଚାଲିଥିଲା।ଜାହାରି ଫଳରେ ବୁରାତାଲ ପଞ୍ଚାୟତକୁ ଯାତାୟତ ବନ୍ଦ ରହିଥିଲା।ତୁରନ୍ତ ଖବର ପାଇ ବିଭଗୀୟ ସହକାରୀ ଯନ୍ତ୍ରୀ ସ୍ଵରାଜ୍ୟ କୁମାର ପାଣିଗ୍ରାହୀ ପହଞ୍ଚିବା ସହିତ ରାସ୍ତା ମରାମତି କାର୍ଯ୍ୟ କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories