www.samajalive.in
Sunday, December 14, 2025
26.1 C
Bhubaneswar

ଗାଁ ରେ ଭାଲୁ ବାଟବଣା ; ଆକ୍ରମଣରେ ବୃଦ୍ଧ ଗୁରୁତର

ନୀଳଗିରି: ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶି ଆସିଥିବା ଏକ ଭାଲୁ ବାଟବଣା ହୋଇ ପଡିଛି। ବାଲେଶ୍ଵର ଜିଲ୍ଲାର ନୀଳଗିରି ନିକଟ ଗୋପୀନାଥପୁର ଗାଁ ରେ ଏହି ଭାଲୁଟି ସମ୍ପ୍ରତି ଉପଦ୍ରବ ଘଟାଇ ଚାଲିଛି। ଲୋକଙ୍କୁ ଦେଖିଲେ ଗୋଡ଼ାଇ କାମୁଡୁଛି। ଭାଲୁ ଭୟରେ ଲୋକେ ଘରେ ତାଟି କବାଟ ପକାଇ ଦେଇଛନ୍ତି। ଉକ୍ତ ଗାଁ ର ମୁକୁନ୍ଦ ରାଉତ(୭୦) ନାମକ ବୃଦ୍ଧ ଵିଲକୁ ଶୌଚ ପାଇଁ ଯାଇଥିବା ବେଳେ ଭାଲୁଟି ତାଙ୍କୁ ଆକ୍ରମଣ କରି ଗୁରୁତର କରି ଦେଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ବୃଦ୍ଧଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଏହି ଭାଲୁକୁ ସ୍ୱର୍ଣ୍ଣଚୂଡ଼ ଜଙ୍ଗଲକୁ ଘଉଡ଼ାଉ ଥିବା ସୂଚନା ମିଳିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories