www.samajalive.in
Thursday, December 11, 2025
13.1 C
Bhubaneswar

କୋଭିଡ କଟକଣା ସତ୍ୱେ ପାଳନ ହେଲା ଥୁଆମୁଳ ରାମପୁର ଭୈରବ ଦେବଙ୍କ ଝାମୁ ଯାତ୍ରା

କଲମପୁର : ଅଗ୍ନୀ ଭୈରବ ଥୁଆମୁଳ ରାମପୁରର ଆରାଧ୍ୟ ଦେବତା। ଦେବୀ ମାଁ ମାଣିକେଶ୍ୱରୀ ଶକ୍ତି ରୂପରେ ଆରାଧ୍ୟ ହେଉଥିବା ବେଳେ ଶିବ ରୁପରେ ଅଗ୍ନୀ ଭୈରବ ପୂଜିତ ହେଇ ଆସୁଛନ୍ତି । ପରମ୍ପରା ଅନୁସାରେ ରବିବାର ଆଶ୍ୱିନ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶିବ ରୁପୀ ଅଗ୍ନୀ ଭୈରବଙ୍କ ବାଲିଯାତ୍ରା ତଥା ଝାମୁଯାତ୍ରା ଅନୁଷ୍ଠିତ ହେଇଯାଇଛି।
ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦେବୀ ମାଁ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଦ୍ୱାଦଶୀ ତିଥିରେ ବାଲି କଢା ଯାଇଥାଏ। ଏହି ବାଲିରେ ଧାନ, ମକା, ମାଣ୍ଡିଆ, କାନ୍ଦୁଲ, ଆଦି ବିଭିନ୍ନ ଶଷ୍ୟ ଗଜା କରାଯାଇଥାଏ । ନବ ଦିନ ଧରି ରୀତି ନିତୀ ଅନୁସାରେ ପୂଜା କରାଯାଇଥାଏ। ପଞ୍ଚମୀ ତିଥିରେ ଏହି ବାଲିଗଜା ସର୍ବସାଧାରଣରେ ପ୍ରକଟ କରାଯାଏ । ଏହି ବାଲିଗଜାରୁ ଆଗାମୀ ଦିନରେ କୃଷି ଉପରେ ଥିବା ପ୍ରଭାବ ସମ୍ବନ୍ଧରେ ସୁଚନା ମିଳିଥାଏ। ବାଲିଯାତ୍ରା ଏକ କୃଷି ଭିତିକ ପର୍ବ। ଏହି ମହିମା ପରେ ଦେବୀ ମାଁ ମାଣିକେଶ୍ୱରୀଙ୍କ କାଳସୀ ଓ ଭୈରବ ଦେବଙ୍କ କାଳସୀ ନଗର ପରିକ୍ରମା କରି ସାରିବା ପରେ କଣ୍ଟା ଦୋଳିରେ ଝୁଲି ନିଜର ମହିମା ଲୋକଙ୍କୁ ଦେଖାଇଥାନ୍ତି। ଏହାସହ ଭୈରବ ଦେବ ଯୁବକ ପରିଚ୍ଛାଙ୍କ ଶରୀରେ ପ୍ରକଟ ହେଇ ଅଗ୍ନୀରେ ଝୁଲି ଭକ୍ତଙ୍କୁ ନିଜର ପରାକାଷ୍ଟା ଦେଖାଇ ଥାନ୍ତି । ଯେଉଁଥିପାଇଁ ଏହି ପର୍ବକୁ ଝାମୁଯାତ୍ରା କହିଥାନ୍ତି।
ଏହି ପର୍ବ ଦେଖିବା ପାଇଁ କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ସମେତ ପଡୋଶୀ ଛତିଶଗଡ ଅଂଚଳର ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହେଇଥାଏ । ବହୁ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବାରୁ ଲୋକ ଗହଳି ହେଇଥାଏ। ଏପରିକି ଦିନ ତମାମ ପୂଜା ଅର୍ଚ୍ଚନା ହେବା ପରେ ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ କଳାହାଣ୍ଡିର ଲୋକ କଳା ଘୁମୁରା ସମେତ ଅନ୍ୟ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥାଏ । କିନ୍ତୁ ଗତ ବର୍ଷ ଠାରୁ କୋଭିଡ କଟକଣା ଯୋଗୁଁ ବହୁ ଭକ୍ତ ଏହି ପର୍ବ ଦେଖିବାରୁ ବଞ୍ଚିତ ହେଉଛନ୍ତି । ପୁଲିସ ପ୍ରଶାସନ ଓ ମାଣିକେଶ୍ୱରୀ ମନ୍ଦିର ପୂଜା କମିଟି, ମାଣିକେଶ୍ୱରୀ ୟଙ୍ଗ କ୍ଲବ, ସପ୍ତଶାଖା ଯୁବ ଅନୁଷ୍ଠାନ, ନବ ଜୀବନ ଯୁବ ଅନୁଷ୍ଠାନର ସମସ୍ତ କର୍ମକର୍ତା ଏହି ପର୍ବ ପାଳନ ପାଇଁ ସକ୍ରିୟ ସହଯୋଗ କରିଥିଲେ। ମୁଖ୍ୟ ପୂଜକ ଅକ୍ଷୟ କୁମାର ରାୟଗୁରୁ, ଅସୋକ କୁମାର ମୁଣ୍ଡ, ଯୁବକ ପରିଚ୍ଛା, ଶରତ ପୁଝାରୀ ପ୍ରମୁଖଙ୍କ ସମେତ ଦେବୀ ମାଁ ମାଣିକେଶ୍ୱରୀ ଓ ଭୈରବ ଦେବଙ୍କ ସମସ୍ତ ପୂଜକ ସେବାୟତ ମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories