ପିପିଲି : ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ସୋମବାର ଦଳୀୟ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଆସି ପିପିଲି ପୌରାଞ୍ଚଳରେ ମାରାଥନ ପ୍ରଚାର କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ନିର୍ବାଚନ ପ୍ରଚାରର ଶେଷ ଦିନ ୨୭ ତାରିଖରେ ଶ୍ରୀମତୀ ଷଡଙ୍ଗୀ ପିପିଲି ଏନ୍ଏସିର ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ଆଶ୍ରୀତଙ୍କ ପାଇଁ ଭୋଟ୍ ଭିକ୍ଷା କରିବା ସହ ପଥପ୍ରାନ୍ତ ସଭାରେ ଭୋଟ୍ ପ୍ରଚାର କରିବେ। ଏଥିପାଇଁ ଆଜି ଦଳ ପକ୍ଷରୁ ମାଇକ୍ ଯୋଗେ ପୌରାଞ୍ଚଳରେ ପ୍ରଚାର କରାଯାଇଛି।
Popular Categories



