www.samajalive.in
Thursday, December 11, 2025
16.1 C
Bhubaneswar

ଚାରିଜଣଙ୍କୁ ହତ୍ୟା କରିବା ପରେ କ୍ରେନରେ ଝୁଲାଇଲେ ତାଲିବାନ ଆତଙ୍କି

କାବୁଲ: ତାଲିବାନ ଆତଙ୍କିମାନେ ଦେଶରେ ଚାରିଜଣଙ୍କୁ ହତ୍ୟା କରିବା ପରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଛକଗୁଡିକରେ କ୍ରେନରେ ଝୁଲାଇ ରଖିଛନ୍ତି। ହେରାତ ପ୍ରଦେଶର ଡେପୁଟି ଗଭର୍ଣ୍ଣର ମାୱାଲାୱି ଶିର ଅହମମ ମୁହାଜିର କହିଛନ୍ତି, ବିଭିନ୍ନ ସର୍ବସାଧାରଣ ସ୍ଥାନଗୁଡିକରେ ମୃତଦେହକୁ ପ୍ରଦର୍ଶିତ କରାଯାଇଛି, ଯଦ୍ଦ୍ୱାରା ଅପହରଣକାରୀଙ୍କୁ କିଭଳି ଦଣ୍ଡ ଦିଆଯାଏ ତାହା ସାଧାରଣ ଲୋକ ଦେଖିପାରିବେ। ତାଳିବାନ ପକ୍ଷରୁ କୁହାଯାଇଛି ଯେ ଏହି ଚାରିଜଣ ଅପହରଣ ଘଟଣାରେ ସଂପୃକ୍ତ ଥିଲେ। ତାଲିବାନ ଆତଙ୍କିମାନେ ସେମାନଙ୍କୁ ଗୁଳିକରି ହତ୍ୟା କରିବାପରେ ମୃତଦେହକୁ ଆଣି କ୍ରେନରେ ଝୁଲାଇ ଦେଇଥିଲେ। ସେହି ସ୍ଥାନରେ କ୍ରେନ ଚାରିପଟେ ବନ୍ଧୁକଧାରୀ ତାଲିବାନମାନେ ଛିଡା ହୋଇଥିବାବେଳେ ପଥଚାରୀମାନେ ଭୟ ଓ ଆଶ୍ଚର୍ଯ୍ୟରେ ତାହାକୁ ଚାହିଁରହିଥିଲେ। ସୂଚନାଯୋଗ୍ୟ ଯେ ତାଲିବାନ ତାହାର ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ପୂର୍ବ ଶାସନ ସମୟରେ ମଧ୍ୟ ଅନୁରୂପ କ୍ରୁର ଆଚରଣ ପ୍ରଦର୍ଶନ କରିଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories