www.samajalive.in
Wednesday, December 10, 2025
26.1 C
Bhubaneswar

କରାପଲ୍ଲୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପରିଚାଳନା ଓ ବିକାଶ ସମିତି ବୈଠକ

ଗୋପାଳପୁର :  ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ବିଦ୍ୟାଳୟ ପରିଚାଳନା ଓ ବିକାଶ ସମିତି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଭି. କୀର୍ତ୍ତିବାସନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରଙ୍ଗେଈଲୁଣ୍ଡା ବ୍ଲକର ବିଡିଓ  ପ୍ରସନ୍ନ କୁମାର ପାତ୍ର, ବ୍ଲକ ଶିକ୍ଷା ଅଧିକାରୀ ଡ଼ଃ ପ୍ରଭାତୀ ମହାପାତ୍ର, କନିଷ୍ଠ ଯନ୍ତ୍ରୀ, ପି ଡବ୍ଲୁ ଡି ପ୍ରତାପ ଚନ୍ଦ୍ର ମିିଶ୍ର, ଡୁରା ଆର ଏନ କଲେଜର ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଡଃ.ଉଷାରାଣୀ ବ୍ରହ୍ମା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ସହ ପ୍ରଧ୍ୟାପକ ସମୀର ଭୋଇ ପ୍ରମୁଖ ସମିତି ସଭ୍ୟବୃନ୍ଦ ଉପସ୍ଥିତ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିଭୁତି ଭୂଷଣ ଶତପଥି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ସଭ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବିତ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟର ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ , ସ୍ମାର୍ଟ ସାଇନ୍ସ ଲାବ, ସ୍ମାର୍ଟ ଟଏଲେଟ ଇତ୍ୟାଦିର କାର୍ଯ୍ୟ ତଦାରଖ କରିଥିଲେ। ପରେ ପରେ ବିଦ୍ୟାଳୟର ଶ୍ରେଣୀଗୃହ ପରିଦର୍ଶନକରି ଶିକ୍ଷାଦାନ ପ୍ରକ୍ରିୟାରେ ସନ୍ତୁଷ୍ଟି ପ୍ରକାଶ କରିଥିଲେ। ବୈଠକରେ ବିଦ୍ୟାଳୟର ପାଚେରୀ କାମକୁ ପୂର୍ଣ୍ଣାଙ୍ଗ କରିବା, ବିଦ୍ୟାଳୟକୁ ସଂଯୁକ୍ତ କରୁଥିବା ମୁଖ୍ୟ ରାସ୍ତାର ବିକାଶ, ଖେଳ ପଡିଆ, ସାଇକେଲ ଷ୍ଟାଣ୍ଡ ନିର୍ମାଣ ଆଦି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଥିଲା । ଏହି ଅବସରରେ ଉପଜିଲ୍ଲାପାଳ ଏବଂ ସମିତିର ସମସ୍ତ ସଭ୍ୟ ବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷରୋପଣ କରିଥିଲେ। ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ବିଭୁତି ଭୂଷଣ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories