www.samajalive.in
Sunday, December 14, 2025
23.1 C
Bhubaneswar

ନାବାଳିକା ଅପହରଣ ପରେ ଦୁଷ୍କର୍ମ, ବନ୍ଧା ହେଲା ପ୍ରେମିକ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା ଅଂଚଳରେ ଜଣେ ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ରସିକିଆ ପ୍ରେମିକ ବନ୍ଧା ହେବା ଘଟଣା ଭଦ୍ରେଶ୍ୱର ଫାଣ୍ଡି ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ଖବର ମୁତାବକ ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତ ହଳଦିଆ ଗ୍ରାମର ଜୈନିକ ସୋହଳ ବର୍ଷୀୟା କଲେଜ ପଢୁଆ ନାବାଳିକା ଯୁବତୀ ଘର ନିକଟସ୍ଥ ବଜାରକୁ ଜିନିଷ କିଣି ଫେରୁଥିବା ବେଳେ ଓଳକଣା ଗ୍ରାମର ଅରକ୍ଷିତ ପ୍ରଧାନଙ୍କ ପୁଅ ଅଶୋକ ପ୍ରଧାନ ବିଭିନ୍ନ ପ୍ରକାର ମିଥ୍ୟା ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା, ପରେ ବିଭିନ୍ନ ସ୍ଥାନକୁ ନେଇ ଗତକାଲି ରାତିରେ କଟକରେ ସମ୍ପର୍କୀୟ ଘରେ ରଖି ଦୁଷ୍କର୍ମ କରିଥିବା ନେଇ ଭଦ୍ରେଶ୍ୱର ଫାଣ୍ଡିରେ ପୀଡିତା ନାବାଳିକାଙ୍କ ମା ଅଭିଯୋଗ କରିଛନ୍ତି।

 

- Advertisement -

ତେବେ ଖବର ପାଇ ଆଜି ଉକ୍ତ ନାବାଳିକା ଓ ରସି କୀଆ ପ୍ରେମିକକୁ ପରିବାର ଲୋକ ସାଲେପୁର ରୁ ଉଦ୍ଧାର କରି ଘରକୁ ଆଣିବା ସମୟରେ ସମ୍ପୃକ୍ତ ରଶିକିୟା ପ୍ରେମିକ ନାବାଳିକାର ଘର ନିକଟରେ ଅଟୋରୁ ଡେଇଁ ପଳାଇଯାଉଥିବାବେଳେ ଗାଁ ଲୋକେ କାବୁକାରୀ ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ରସିକିଆ ପ୍ରେମିକକୁ ଉଦ୍ଧାର କରିବା ସହ ଫାଣ୍ଡିକୁ ନେଇ ଅଟକ ରଖି ତଦନ୍ତ ଜାରି ରକହିଥିବା ଫାଣ୍ଡି ଅଧିକାରୀ ତପନ ନାୟକ ସୂଚନା ଦେଇଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories