www.samajalive.in
Sunday, December 7, 2025
16.1 C
Bhubaneswar

ପେଗାସସ ମାମଲାର ତଦନ୍ତ ପାଇଁ ବିଶେଷଜ୍ଞ ମଣ୍ଡଳୀ ଗଠନ ହେଉଛି-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ ଗୁଇନ୍ଦାଗିରି ମାମଲାର ତଦନ୍ତ କରିବାକୁ ଏକ ବିଶେଷଜ୍ଞ ମଣ୍ଡଳୀ ସୁପ୍ରିମକୋର୍ଟ ଗଠନ କରୁଥିବା ଗୁରୁବାର ଦିନ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନା କହିଛନ୍ତି, ଏହି ମାମଲାର ନିରପେକ୍ଷ ତଦନ୍ତ କରିବାକୁ ଆଗତ ଯାଚିକା ଉପରେ ସର୍ବୋଚ୍ଚ ଅଦାଲତ ଆସନ୍ତା ସପ୍ତାହରେ ବିଧିବଦ୍ଧ ତାଙ୍କର ରାୟ ଶୁଣାଇବେ। ସୁପ୍ରିମକୋର୍ଟଙ୍କ ପୀଠ କହିଥିଲେ ଯେ ଏ ସଂପର୍କରେ ଆଗତ ଏକାଧିକ ଯାଚିକା ଉପରେ ଶୀଘ୍ର ରାୟ ଶୁଣାଯିବାକୁ ଥିବାବେଳେ ନିରପେକ୍ଷ ତଦନ୍ତ ଉପରେ ଆସନ୍ତା ସପ୍ତାହରେ ରାୟ ପ୍ରକାଶ ପାଇବ। ମାନ୍ୟବର ପ୍ରଧାନ ବିଚାରପତି କହିଥିଲେ ଯେ କେତେକ ବିଶେଷଜ୍ଞ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ମଣ୍ଡଳୀରେ ସାମିଲ ହେବାକୁ ନିଜର ଅସାମର୍ଥ୍ୟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସେପ୍ଟେମ୍ବର ୧୩ ତାରିଖରେ ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ରାୟ ସ୍ଥଗିତ ରଖିଥିଲେ। ମାନ୍ୟବର ପୀଠ କହିଥିଲେ ଯେ ନାଗରିକଙ୍କ ସମ୍ପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପେଗାସସ ସଫ୍ଟୱେର ବ୍ୟବହାର କରାଯାଇଥିଲା କି ନାହିଁ ତାହା ସର୍ବୋଚ୍ଚ ଅଦାଲତ ଜାଣିବାକୁ ଚାହୁଁଛନ୍ତି। ପୂର୍ବରୁ ଶୁଣାଣି ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ଏହି ପ୍ରସଙ୍ଗ ଜାତୀୟ ସୁରକ୍ଷା ସହିତ ଜଡିତ ଥିବାରୁ ଏହା ଉପରେ ସରକାର ସତ୍ୟପାଠ ଦାଖଲ କରିବେ ନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories