www.samajalive.in
Tuesday, December 9, 2025
16.1 C
Bhubaneswar

୪୦,୦୦୦ରୁ ଅଧିକ କ୍ରେଡିଟ କାର୍ଡ ଯୋଗାଇଛି ଏୟୁଏସଏଫବି

ଜୟପୁର: ଦେଶର ପ୍ରଥମ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭାବରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ନିଜସ୍ୱ ବିବିଧ ବର୍ଗର କ୍ରେଡିଟ କାର୍ଡ ପ୍ରଚଳନ କରିଛି ଏବଂ ଏପର୍ଯ୍ୟନ୍ତ ମୋଟ ୪୦,୦୦୦ରୁ ଅଧିକ କ୍ରେଡିଟ କାର୍ଡ ଯୋଗାଇଦେଇଛି, ଯନ୍ମଧ୍ୟରୁ ୫୦%ରୁ ଅଧିକ ପ୍ରଥମ ଥର କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ଏପ୍ରିଲରେ କାର୍ଡ ପ୍ରଚଳନ କରାଯିବାର ସ୍ୱଳ୍ପ ସମୟ ମଧ୍ୟରେ ଏହି ସଫଳତା ହାସଲ କରାଯାଇଛି। ଏୟୁ ବ୍ୟାଙ୍କ ସହରାଞ୍ଚଳ ଓ ଦେଶର ଦୁର୍ଗମ ସ୍ଥାନଗୁଡିକ ସମେତ ୧୫୦ଟି ଜିଲାରେ ଗ୍ରାହକଙ୍କୁ ସୁରୁଖୁରୁରେ କ୍ରେଡିଟ କାର୍ଡ ହାସଲ କରିବାକୁ ସୁନିଶ୍ଚିତ କରିଛି।
ସମସ୍ତ ବର୍ଗର ଗ୍ରାହକଙ୍କ ଆବଶ୍ୟକତାକୁ ମନ ମଧ୍ୟରେ ରଖି ଏୟୁ ବ୍ୟାଙ୍କ ରେଳବାଇ ଲାଉଞ୍ଜକୁ ମାଗଣାରେ ପ୍ରବେଶ କରିବା ଭଳି ଅଳ୍ପକିଛି ଅନନ୍ୟ ବୈଶିଷ୍ଟ୍ୟ ପ୍ରଦାନ କରୁଛି। ବ୍ୟାଙ୍କ ମଧ୍ୟରେ ଏହି ଶିଳ୍ପରେ ପ୍ରଥମ ଥର ପାଇଁ ଡିଭାଇସ ସୁରକ୍ଷା ଯୋଜନା ପ୍ରଚଳନ କରିଛି, ଯେଉଁଥିରେ ଏୟୁ ବ୍ୟାଙ୍କ କ୍ରେଡିଟ କାର୍ଡ ବ୍ୟବହାର କରି କ୍ରୟ କରାଯାଉଥିôବା ସମସ୍ତ ଯୋଗ୍ୟ ଇଲେକ୍ଟ୍ରୋନିକ ଉପକରଣ ପାଇଁ ମାଗଣାରେ ସ୍କ୍ରିନ ପ୍ରତି କ୍ଷତି ପହଞ୍ଚିବାର ଭରଣା ଏବଂ ବର୍ଦ୍ଧିତ ୱାରାଣ୍ଟି ପ୍ରଦାନ କରାଯାଉଛି। ଏକ ଅସୀମିତ ଜୀବନ ନିର୍ବାହ ଅନୁଭବ ପାଇଁ ମହିଳାମାନଙ୍କୁ ସଶକ୍ତ କରିବା ସକାଶେ ଏୟୁ ବ୍ୟାଙ୍କ ଏକ ସ୍ୱତନ୍ତ୍ର ଆଲଟୁରା ପ୍ଲସ କ୍ରେଡିଟ କାର୍ଡ ଯୋଗାଇ ଦେଉଛି। ଭବିଷ୍ୟତରେ ବ୍ୟାଙ୍କର ବ୍ରାଣ୍ଡ୍‍ ଆମ୍ବାସାଡର ଅମିର ଖାଁ ଏବଂ କିଆରା ଆଡଭାନିଙ୍କ ଫଟୋ ଥିବା ସୀମିତ ସଂସ୍କରଣ କାର୍ଡ ପ୍ରଚଳନ କରିବା ଦିଗରେ ବ୍ୟାଙ୍କ ମଧ୍ୟ କାର୍ଯ୍ୟ କରୁଛି।
ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କର କ୍ରେଡିଟ କାର୍ଡ ବିଭାଗ ମୁଖ୍ୟ ମୟଙ୍କ ମାର୍କଣ୍ଡେ କହିଛନ୍ତି, ସହରାଞ୍ଚଳ ଜନସଂଖ୍ୟା ବ୍ୟତୀତ ଆମେ ଆମର କ୍ରେଡିଟ କାର୍ଡଗୁଡିକୁ ନେଇ ଗ୍ରାମାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳ ସ୍ଥାନଗୁଡିକରେ ଗ୍ରାହକଙ୍କୁ ସଶକ୍ତ କରିବା ଲକ୍ଷ୍ୟ ରଖିଛୁ। ଏୟୁ ନିଜର ସମସ୍ତ ଉତ୍ପାଦ ଭଳି ଏହାର କ୍ରେଡିଟ କାର୍ଡଗୁଡିକୁ ନେଇ ଗ୍ରାହକଙ୍କର ବିଶ୍ୱାସ, ବିଶେଷକରି ଅନେକ ପ୍ରଥମ ଥର ବ୍ୟବହାରକାରୀଙ୍କ ବିଶ୍ୱାସ ଜିତିବା ନେଇ ଆନନ୍ଦ ଅନୁଭବ କରୁଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories