www.samajalive.in
Friday, December 12, 2025
26.1 C
Bhubaneswar

ବ୍ରହ୍ମପୁତ୍ରରେ ଡଙ୍ଗା ବୁଡ଼ି: ୩ ମୃତ, ୧୧ ନିଖୋଜ

ଗୁଆହାଟୀ : ବ୍ରହ୍ମପୁତ୍ର ନଦୀରେ ବୁଧବାର ଅପରାହ୍ଣରେ ନୌକା ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ଜଣ ନିଖୋଜ ଅଛନ୍ତି। ଦେଶୀ ଡଙ୍ଗା (ଭୁଟୁଭୁଟି)ରେ ୪୦ ଯାତ୍ରୀ ଥିଲାବେଳେ ଉଦ୍ଧାରକାରୀ ଦଳ ସନ୍ଧ୍ୟା ସୁଦ୍ଧା ୧୦ଜଣଙ୍କୁ ଉଦ୍ଧାର କରିଛନ୍ତି। ନିଖୋଜମାନଙ୍କ ସନ୍ଧାନ କରାଯାଉଛି। ଡଙ୍ଗାରେ କେତେଗୁଡ଼ିଏ ମୋଟର ସାଇକଲ ଓ କାର ରହିଥିଲା। ଗୁଆହାଟୀର ଫାନ୍ସି ବଜାର ନିକଟ ପ୍ରସିଦ୍ଧ ଅଶ୍ୱକ୍ଳାନ୍ତ ମନ୍ଦିର ଘାଟଠାରୁ ଅନତି ଦୂରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଏକ ନିର୍ମାଣାଧୀନ ଜଳ ପ୍ରକଳ୍ପର ଖୁଣ୍ଟରେ ପିଟି ହୋଇଯିବା ସହ ଓଲଟି ପଡ଼ିଥିଲା। ଏହା ଫାନ୍ସି ବଜାର ଘାଟରୁ ମଧ୍ୟମଖଣ୍ଡ ଅଞ୍ଚଳର ମାଜବତକୁ ଯାଉଥିଲା। ଏଥିରେ ଛାତ୍ର ଓ ମହିଳା ଅଧିକ ଥିଲେ।
ଏନ୍‍ଡିଆରଏଫ ଓ ଏସ୍‍ଡିଆରଏଫ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାରକାରୀ ଦଳ ବୁଡ଼ିଯାଇଥିବା ଡଙ୍ଗାରୁ ୧୨ଜଣଙ୍କୁ ଜୀବନ୍ତ ଓ ୩ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ଅନ୍ୟ ଯାତ୍ରୀମାନଙ୍କ ପତ୍ତା ମିଳି ନ ଥିଲା। ବ୍ରହ୍ମପୁତ୍ର ସମ୍ପ୍ରତି ପରିପୂର୍ଣ୍ଣ ଅବସ୍ଥାରେ ଥିବାରୁ ଉଦ୍ଧାର କାର୍ୟ୍ୟ କଷ୍ଟକର ହୋଇପଡ଼ିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ୧୨ ଯାତ୍ରୀ ଜୀବନ ବିକଳରେ ପହଁରି ପହଁରି ଯାଉଥିବା ଲକ୍ଷ୍ୟ କରାଯାଇଥିଲା। ତା’ଛଡ଼ା ଡଙ୍ଗାଚାଳକ ଦକ୍ଷ ନ ଥିଲାବେଳେ ଡଙ୍ଗାରେ ଜୀବନରକ୍ଷାକାରୀ ଜ୍ୟାକେଟ୍‍ ମଧ୍ୟ ନ ଥିଲା ବୋଲି ଉଦ୍ଧାର ହୋଇଥିବା ଜଣେ ଯାତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ରାଜ୍ୟର ଅତିିରିକ୍ତ ମୁଖ୍ୟ ଶାସନ ସଚିବ ଜିଷ୍ଣୁ ବରୁଆଙ୍କ ନେତୃତ୍ୱରେ ଏହି ତଦନ୍ତ ହେବ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories