www.samajalive.in
Friday, December 12, 2025
26.1 C
Bhubaneswar

ଏସୀୟ କ୍ରୀଡା ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ନୂଆଦିଲ୍ଲୀ : ଅଷ୍ଟାଦଶ ଏସୀୟ କ୍ରୀଡାର ପଦକ ବିଜୟୀ କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ବାସ ଭବନଠାରେ ଭାବ ବିନିମୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ପଦକ ବିଜୟୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏସୀୟ କ୍ରୀଡାରେ ଶ୍ରେଷ୍ଠ ପଦକ ତାଲିକା ପାଇଁ ସେମାନଙ୍କର ଉଦାହରଣମୂଳକ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ପଦକ ବିଜୟୀ ଖେଳାଳିମାନଙ୍କୁ ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ସଫଳତା ଭାରତର ମର୍ୟ୍ୟଦା ଏବଂ ଗୌରବକୁ ବୃଦ୍ଧି କରିଛି । ସେ ଆଶା ପ୍ରକାଶ କରିଥିଲେ ଯେ ପଦକ ବିଜୟୀ ଖେଳାଳିମାନେ ବିନମ୍ର  ହୋଇ ରହିବେ ଏବଂ ଯେପରି ଭାବେ ଯଶ ଓ ଖ୍ୟାତି ଯୋଗୁ ଖେଳ ଉପରୁ ସେମାନଙ୍କ ଧ୍ୟାନ ହଟାଇବେ ନାହିଁ ।

- Advertisement -

ଭାବ ବିନମୟ ସମୟରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ସେମାନେ ବୈଷୟିକ ଜ୍ଞାନର ଉପଯୋଗ କରନ୍ତୁ । ସେ କହିଲେ ଯେ ବୈଷୟିକ ଜ୍ଞାନର ଉପଯୋଗ ଏବଂ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କ ପ୍ରଦର୍ଶନର ବିଶ୍ଲେଷଣ କରି କ୍ରୀଡ଼ାବିତମାନେ ଭବିଷ୍ୟତରେ କ୍ରମାଗତ ଭାବେ ନିଜ ଖେଳରେ ଉନ୍ନତି ଆଣିବା ଆବଶ୍ୟକ ।

ଛୋଟ ସହର, ଗ୍ରାମାଞ୍ଚଳ ଏବଂ ଗରିବ ଘରୁ ଯୁବ ଆଥଲେଟମାନେ ବିକଶିତ ହୋଇ ଦେଶ ପାଇଁ ପଦକ ବିଜୟୀ ହେବା ନେଇ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଗ୍ରାମାଞ୍ଚଳରେ ପ୍ରକୃତ ପ୍ରତିଭା ରହିଛନ୍ତି ଏବଂ ଆମେ ଏହି ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଚାଲୁ ରଖିବା ଆବଶ୍ୟକ । ସେ କହିଲେ ଯେ ଜଣେ କ୍ରୀଡ଼ାବିତ ସମ୍ମୁଖୀନ ହେଉଥିବା ଦୈନଦିନ ସଂଘର୍ଷ ବିଷୟରେ ବାହାର ଦୁନିଆ ଅଜ୍ଞ ଥାଏ ।

ଏହିପରି ସଂଘର୍ଷ ମଧ୍ୟ ଦେଇ ଗତିକରି ଦେଶ ପାଇଁ ପଦକ ବିଜୟୀ ହୋଇଥିବା ଖେଳାଳିମାନଙ୍କ ନାମ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇପଡିଥିଲେ । ସେମାନଙ୍କ ବିଭାଗ ପ୍ରତି ସେମାନଙ୍କର ଦୃଢ଼ତା ଏବଂ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀ ସଲାମ କରିଥିଲେ ଏବଂ ଆଶାପ୍ରକାଶ କରିଥିଲେ ଯେ ସେମାନଙ୍କ ପ୍ରୟାସ ଦ୍ୱାରା ଦେଶର ଅନ୍ୟ ଜନସାଧାରଣ ଅନୁପ୍ରାଣିତ ହେବେ ।

ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ ପ୍ରେରଣା ଦେଇ କହିଥିଲେ ଯେ ସେମାନେ ଯେପରି ସେମାନଙ୍କ ସଫଳତା ପାଖରେ ଅଟକି ଯିବେ ନାହିଁ । ଆହୁରି ଅନେକ ଗୌରବ ଆଣିବା ପାଇଁ ଅଧିକ ପ୍ରୟାସ କରିବା ପାଇଁ ସେ ସେମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଲେ ଯେ ପଦକ ବିଜୟୀ ଖେଳାଳିମାନଙ୍କ ପାଇଁ ପ୍ରକୃତ ଆହ୍ୱାନ ଏବେ ଆରମ୍ଭ ହେବ ଏବଂ ଅଲିମ୍ପିକ ପୋଡିଅମରେ ଠିଆ ହେବା ନେଇ ସେମାନଙ୍କ ଲକ୍ଷ୍ୟ ପଥରୁ ସେମାନେ ଯେପରି ଭାବେ ଆଦୌ ବିଚ୍ୟୁତ ହେବେ ନାହିଁ ।

ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର ଉପସ୍ଥିତ ଥିଲେ । ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ କର୍ଣ୍ଣେଲ ରାଠୋର କହିଥିଲେ ଯେ ପଦକ ତାଲିକାରେ ଉନ୍ନତି ଆଣିବା ଏବଂ କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଦୃଷ୍ଟି ଏବଂ ସରକାରଙ୍କ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

ଇଣ୍ଡୋନେସିଆର ଜାକର୍ତ୍ତା ଏବଂ ପାଲେମବାଙ୍ଗଠାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡାରେ ଭାରତ ମୋଟ ୬୯ଟି ମେଡାଲ ଜିତି ରେକର୍ଡ ସୃଷ୍ଟି କରିଛି । ଏହା ୨୦୧୦ରେ ଅନୁଷ୍ଠିତ ଗ୍ୱାଙ୍ଗଝୁ ଏସୀୟ କ୍ରୀଡାର ୬୫ ମେଡାଲ ବିଜୟର ପୂର୍ବ ରେକର୍ଡକୁ ଅତିକ୍ରମ କରିପାରିଛି ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories