ଭୁବନେଶ୍ୱର : ପ୍ରବଳ ହୋ ହାଲ୍ଲା ଓ ପାଟିତୁଣ୍ଡ ମଧ୍ୟରେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ରାଜ୍ୟ ବିଧାନସଭାରେ ୨୦୧୮-୧୯ ବର୍ଷ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତ। ଏଥିରେ ସମାଜିକ କ୍ଷେତ୍ର ପାଇଁ ୧୩୫୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ରହିଛି । ସେହିପରି …
-ଶ୍ରୀମନ୍ଦିର ଚାରିପଟର ଉନ୍ନତୀକରଣ ଲାଗି ଅବଢ଼ା ଯୋଜନାରେ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୦୭୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି
-ଏକକ ନିର୍ବାଚନ ବାବଦରେ ୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
-ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୩ ଶହ ୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
-ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
-ବିଜୁ ଗ୍ରାମ ଯୋଜନା ପାଇଁ ୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
-ମେକ ଇନ ଓଡିଶା କନକ୍ଲେଭ ପାଇଁ ୧୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
-ଶିକ୍ଷା ସହାୟକଙ୍କ ଦରମା ବାବଦକୁ ୭୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
-ସର୍ବଶିକ୍ଷା ଅଭିଯାନ ପାଇଁ ରାଜ୍ୟ ସହାୟତା ବାବଦରେ ୨୪୨ କୋଟି ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
-ପ୍ରଶାସନିକ ବ୍ୟୟ ପାଇଁ ୧୮୦୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି
-ସବୁଜ ମହାନଦୀ ମିଶନ ଲାଗି ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
-ସୁଧ ରାଶି ପଇଠ ପାଇଁ ୩୫୦ ଟଙ୍କା ବ୍ୟୟ ବରାଦ କରାଯାଇଛି
-ଜଳସେଚନ ଭିତ୍ତିଭୂମି ଉନ୍ନୟନ ପାଇଁ ୨୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି
-ବିଜୁ ପକ୍କା ଘର ଲାଗି ମିଳିଛି ୧୫ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି
ପରେ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।