www.samajalive.in
Thursday, December 11, 2025
15.1 C
Bhubaneswar

ଘରୋଇ ବିଦ୍ୟାଳୟ ଛାଡ଼ିଛନ୍ତି ତେଲଙ୍ଗାନାର ୧.୨୫ଲକ୍ଷ ଛାତ୍ରଛାତ୍ରୀ

ହାଇଦରାବାଦ : ଭାରତରେ କରୋନା ଭୂତାଣୁ ସଂକ୍ରମଣ ସବୁ ବର୍ଗଙ୍କୁ ପ୍ରଭାବିତ କରିଛି। ଏଥିରୁ ଛାତ୍ରଛାତ୍ରୀ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି। କରୋନା ତାଲାବନ୍ଦ, ଅଭିଭାବକଙ୍କ ରୋଜଗାର ହ୍ରାସ ଓ ସର୍ବୋପରି ଘରୋଇ ବିଦ୍ୟାଳୟଗୁଡିକର ମୁନାଫା ଖୋର ଆଚରଣ ଯୋଗୁଁ ୨୦୨୧-୨୨ ଶିକ୍ଷା ବର୍ଷରେ ଅନେକ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟକୁ ଫେରିଛନ୍ତି। ଏହି କ୍ରମରେ ତେଲଙ୍ଗାନାର ପ୍ରାୟ ୧ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟ ଛାଡି ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିବା ଜଣାପଡିଛି। ଫଳରେ ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଘରୋଇ ବିଦ୍ୟାଳୟ ଗୁଡିକର ଯୋଗଦାନ ହ୍ରାସ ହୋଇଛି।
ପ୍ରଥମ ତାଲାବନ୍ଦ ପରେ ରାଜ୍ୟରେ ଘରୋଇ ବିଦ୍ୟାଳୟ ଛାଡି ଅନେକ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟକୁ ଚାଲି ଯାଇଥିଲେ। ତେବେ ୨୦୨୧ରେ ଏହି ହାର ୪୦ ପ୍ରତିଶତ ବୃଦ୍ଧି ହୋଇଥିବା ଏକ ସର୍ଭେକ୍ଷଣରୁ ଜଣାପଡିଛି। ସେପଟେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ରାଜ୍ୟ ସରକାର ‘ରିଭର୍ସ ମାଇଗ୍ରେସନ’ କହିଛନ୍ତି। କରୋନା ମହାମାରୀ ଯୋଗୁଁ ବାରମ୍ବାର ତାଲାବନ୍ଦ ଲୋକଙ୍କ ଆୟ ହ୍ରାସ ପାଇଛି। ଲୋକେ ଏବେ ପରିବାର ଚଳାଇବାକୁ ଅସମର୍ଥ ହେଉଥିବା ବେଳେ ଘରୋଇ ବିଦ୍ୟାଳୟରେ ପଢୁଥିବା ସେମାନଙ୍କ ପିଲାଙ୍କ ମାସିକ ଦେୟ ପୈଠ କରିବା ମଧ୍ୟ ଏବେ ସେମାନଙ୍କ ପକ୍ଷେ ଅସମ୍ଭବ।
ଏଣୁ ପିଲାଙ୍କୁ ସରକାରୀ ବିଦ୍ୟାଳୟକୁ ପଠାଇବା ଆରମ୍ଭ କରିଦେଇଛନ୍ତି। ଜନୈକ ଅଧିକାରୀଙ୍କ ଅନୁସାରେ ୨୦୨୦ କରୋନା ତାଲାବନ୍ଦ ହଟିବା ପରେ ଘରୋଇ ବିଦ୍ୟାଳୟ ଗୁଡିକରୁ ପ୍ରାୟ ୮୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟକୁ ଚାଲିଯାଇଥିଲେ। ୨୦୧୯-୨୦ ଶିକ୍ଷା ବର୍ଷରେ ଘରୋଇ ବିଦ୍ୟାଳୟରୁ ସରକାରୀ ବିଦ୍ୟାଳୟକୁ ଫେରିଥିବା ଛାତ୍ରଛାତ୍ରୀଙ୍କ ହାରଠାରୁ ଏହା ୪୦ ପ୍ରତିଶତ ଅଧିକ ଥିଲା। ଅଧିକାରୀଙ୍କ କହିବା ଅନୁସାରେ ମହାମାରୀ ପରେ ଅଧିକାଂଶ ଛାତ୍ରଛାତ୍ରୀ ଏବେ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଛନ୍ତି। ତେବେ ୨୦୧୮ ମସିହା ପୂର୍ବର ପରିସ୍ଥିତିକୁ ଦେଖିଲେ ଏହି ହାର ଅତ୍ୟନ୍ତ ନଗଣ୍ୟ ଥିଲା। ସେତେବେଳେ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଥିବା ପିଲାଙ୍କ ସଂଖ୍ୟା ୧୦ରୁ ୧୫ ପ୍ରତିଶତ ରହୁଥିଲା। ହେଲେ ଗତ ବର୍ଷରୁ ସରକାରୀ ବିଦ୍ୟାଳୟରେ ପିଲାଙ୍କ ନାମ ଲେଖାଇବା ଏବେ ସମସ୍ୟାରେ ପରିଣତ ହେଲାଣି। ହାଇଦରାବାଦର ସର୍ବପୁରାତନ ବାଳିକା ଉଚ୍ଚବିଦ୍ୟାଳୟ ମହବୁବିୟାରେ ଚଳିତବର୍ଷ ଷଷ୍ଠରୁ ୧୦ମ ଶ୍ରେଣୀରେ ୧୧୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଏମାନଙ୍କ ମଧ୍ୟରୁ ଘରୋଇ ବିଦ୍ୟାଳୟରୁ ଟିସି ଆଣିଥିବା ଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ ୭୦ ପ୍ରତିଶତ ବୋଲି ବିଦ୍ୟାଳୟର ଶିକ୍ଷୟିତ୍ରୀ ନିରଜା କହିଛନ୍ତି। ନୂଆ ଛାତ୍ରୀଙ୍କ ନାମ ଲେଖା ଯୋଗୁଁ ସ୍କୁଲରେ ମୋଟ ଛାତ୍ରୀଙ୍କ ସଂଖ୍ୟା ୪୧୦ରେ ପହଞ୍ଚିଥିବା ବେଳେ ଶିକ୍ଷକଙ୍କ ସଂଖ୍ୟା ଏବେବି ୧୭ ଅଛି ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ବେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସୁଧାର ହୋଇ ନଥିବା ମିଳିତ ଶିକ୍ଷକ ମଞ୍ଚର ସାଧାରଣ ସମ୍ପାଦକ ଚାଭା ରବି କହିଛନ୍ତି। ଅଭିଭାବକମାନେ ବାଧ୍ୟବାଧକତାରେ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଛନ୍ତି। ତେବେ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲରେ ପଢନ୍ତୁ ଏଥିଲାଗି ଅଭିଭାବକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାକୁ ହେବ। ଏଣୁ ବିଦ୍ୟାଳୟରେ ଖାଲିପଡିଥିବା ଶିକ୍ଷକଙ୍କ ସ୍ଥାନ ସରକାରଙ୍କୁ ତୁରନ୍ତ ପୂରଣ କରିବାକୁ ପଡିବ ବୋଲି ରବି କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories