www.samajalive.in
Thursday, December 11, 2025
15.1 C
Bhubaneswar

ତିନିବର୍ଷ ପରେ ମଧ୍ୟ ଅସଂପୂର୍ଣ୍ଣ ’ଆମ ଗାଁ ଆମ ବିକାଶ’ ଯୋଜନାର ଗୋଷ୍ଠୀ କେନ୍ଦ୍ର ଗୃହ

ଝୁମ୍ପୁରା :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରେ ଘରେ ବିକାଶ ପହଞ୍ଚାଇବାର ଲକ୍ଷ୍ୟ ରଖିବା ସହିତ ପ୍ରତି ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରୁ ଅର୍ଥ ଖର୍ଚ୍ଚ କରି ଗୋଷ୍ଠୀ କେନ୍ଦ୍ର ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରତି କେନ୍ଦ୍ର ନିର୍ମାଣ ପାଇଁ ରାଜ୍ୟ ସରକାର ତରଫରୁ ୨ ଦୁଇ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି । ଅନୁଦାନ ରାଶିର କାର୍ଯ୍ୟଦେଶ ପାଇବାର ୩ ମାସ ମଧ୍ୟରେ ଗୋଷ୍ଠି କେନ୍ଦ୍ର ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ସରକାରଙ୍କ କଡା ନିର୍ଦ୍ଦେଶ ରହି ଥିଲେ ମଧ୍ୟ ଝୁମ୍ପୁରା ବ୍ଲକରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଝୁମ୍ପୁରା ବ୍ଲକ ପ୍ରଶାସନର ଅଧିକାରୀ ମାନେ ଆମ ଗାଁ ଆମ ବିକାଶ ଯୋଜନାରୁ ହେଉଥିବା ଘର ଗୁଡିକ ସଂପୂର୍ଣ୍ଣ କରିବା ଦିଗରେ ଆଗ୍ରହ ପ୍ରକାଶ କରୁନଥିବାରୁ ବର୍ଷ ବର୍ଷ ଧରୀ ଅସଂପୂର୍ଣ୍ଣ ହୋଇ ପଡିରହୁଛି ।  ଝୁମ୍ପୁରା ପଞ୍ଚାୟତର ଶ୍ରୀରାମପୁର ଗ୍ରାମ ପାଇଁ ନିର୍ମାଣ ହେଉଥିବା ଆମ ଗାଁ ଆମ ବିକାଶ ଯୋଜନାର ଗୋଷ୍ଠୀ କେନ୍ଦ୍ର ଗୃହକୁ ସଂପୂର୍ଣ୍ଣ କରିବା ଦିଗରେ ଗୋଷ୍ଠି ଉନ୍ନୟନ ଅଧିକାରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି । ଏହି ଗୃହର କାର୍ଯ୍ୟଦେଶ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ରହିଛି । ଗୋଷ୍ଠୀ କେନ୍ଦ୍ର ଯେତିକି ନିର୍ମାଣ ହୋଇଛି ସେତିକି ବିଲ ବିଭାଗ କରିବା କଥା କିନ୍ତୁ ଯେତିକି କାମ ହୋଇଛି ତା ଠାରୁ ଅଧିକ ଟଙ୍କାର ବିଲ ହୋଇଥିବାରୁ ବର୍ତ୍ତମାନ ଗୃହର ଯେତିକି କାମ ବାକି ରହିଛି ବାକିଥିବା ଅର୍ଥରେ ସଂପୂର୍ଣ୍ଣ ହେବା ନେଇ ଅନିଶ୍ଚିତା ଦେଖା ଦେଇଛି । ଝୁମ୍ପୁରା ପଞ୍ଚାୟତରେ ଆମ ଗାଁ ଆମ ବିକାଶ ଯୋଜନାର ଦୁର୍ନୀତି ଲାଗି ରହିଥିଲେ ମଧ୍ୟ ତାକୁ ସୁଧାର ଆଣିବା ଦିଗରେ ବ୍ଲକ ପ୍ରଶାସନ କାହିଁକି ଆଗ୍ରହ ପ୍ରକାଶ କରୁନାହିଁ ବୋଲି ଏଠାରେ ପ୍ରଶ୍ନ ଉଠୁଛି । ବ୍ଲକର ମୁଖ୍ୟ ପଞ୍ଚାୟତରେ ଦୁର୍ନୀତି କାୟା ବିସ୍ତାର କରିଥିବା ବେଳେ ଅନ୍ୟ ବନାଞ୍ଚଳ ପଞ୍ଚାୟତରେ ଦୁର୍ନୀତି କାହିଁକି ବିସ୍ତାର କରିବ ନାହିଁ ବୋଲି ଜନସାଧାରଣରେ ଆଲୋଚନା ଜୋର ଧରୁଛି । ସରକାର ଏପଟେ ବିକାଶର ନାଗରା ବଜାଇ ଚାଲିଥିବା ବେଳେ ବ୍ଲକ ପ୍ରଶାସନ ସରକାର ଙ୍କ ବିକାଶ ନାଗରାକୁ ବିନାଶ କରିଚାଲିଥିବା ଝୁମ୍ପୁରା ବ୍ଲକରେ ଦେଖିବାକୁ ମିଳିଛି । ଶ୍ରୀରାମପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରୁ ନିର୍ମାଣ ହେଉଥିବା ଗୋଷ୍ଠିକେନ୍ଦ୍ର ଗୃହ ସଂପୂର୍ଣ୍ଣ ହେଉଛି ନା ଏତିକିରେ ଭୁଷୁଡି ପଡୁଛି ତାହା ଦେଖିବାକୁ ବାକି ରହିଲା ଗ୍ରାମବାସୀଙ୍କ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories