www.samajalive.in
Sunday, December 7, 2025
26.1 C
Bhubaneswar

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଇସ୍ତଫା

ଅମୃତସର: ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ରାଜ୍ୟପାଳ ବନୱରୀଲାଲ ପୁରୋହିତଙ୍କୁ ଦେଲେ ଇସ୍ତଫାପତ୍ର। ଦଳୀୟ ଅନ୍ତକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖି ଅମରିନ୍ଦର ସିଂହ କହିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ସୋନିଆ ଗାନ୍ଧିଙ୍କୁ ଜଣାଇ ଦେଇଥିଲି। ଗତ ୨ ମାସ ମଧ୍ୟରେ ତୃତୀୟ ଥର ପାଇଁ ସିଏଲପି ଡକାଯାଇଥିଲା। ବିଧାୟକ ଦଳ ବୈଠକ ଡକାଯାଇ ମନଇଚ୍ଛା ଆଲୋଚନା କରାଯାଇଥିଲା। ଏସବୁ ନେଇ ମୁଁ ଅପମାନିତ ହେବା ଅନୁଭବ କରିଥିଲି। ସେଥିପାଇଁ ଇସ୍ତଫା ଦେଉଥିବା କଥା ସୋନିଆଙ୍କୁ ଜଣାଇଥିଲି। ଇସ୍ତଫା ଦେଉଛି, ଯାହାକୁ ମୁଖ୍ୟମନ୍ତ୍ରୀ କରିବା କଥା କରାନ୍ତୁ ବୋଲି କହିଥିଲି। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ବି କଂଗ୍ରେସ​‌ରେ ରହିଛି। ସମର୍ଥକଙ୍କ ମତାମତ ନେଇ ପରବର୍ତ୍ତୀ ପଦକ୍ଷେପ ନେବି ବୋଲି ସେ ପ୍ରକାଶ କରିଥିଲେ। ତେବେ କ୍ୟାପଟେନ ଅମରିନ୍ଦର ସିଂହ ଆଉ ସକ୍ରିୟ ରାଜନୀତି କରିବେ ନାହିଁ ବୋଲି ତାଙ୍କ ପୁଅ ଟ୍ୱିଟ କରି ସଙ୍କେତ ଦେଇଛନ୍ତି। ରାଜ୍ୟପାଳଙ୍କୁ ଅମରିନ୍ଦର ସିଂହ ଇସ୍ତଫାପତ୍ର ଦେବା ବେଳେ ତାଙ୍କ ପୁଅ ରଣିନ୍ଧର ସିଂହ ମଧ୍ୟ ଉପସ୍ଥିତ ରହିଥିଲେ।

- Advertisement -

ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ଚାଲିଥିବାଦଳୀୟ ଅନ୍ତକନ୍ଦଳ ବିସ୍ଫୋରକ ରୂପ ଧାରଣ କରିଛି। ଏଥିରେ ଅତିଷ୍ଠ ହୋଇ ଆଜି ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂହ ଇସ୍ତଫା ଦେଇଛନ୍ତି। ସେ ଆଜି ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ସାକ୍ଷାତ କରି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାପରେ ରାଜଭବନ ବାହାରେ ଗଣମାଧ୍ୟମକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସମ୍ପର୍କରେ ସେ ସୂଚନା ଦେଇଛନ୍ତି।
ଅମରିନ୍ଦର ସିଂହ ଇସ୍ତଫା ଦେଇଥିବାରୁ ଏବେ ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ମନୋନୟନ ପାଇଁ କସରତ ଆରମ୍ଭ ହୋଇଛି।
ବିଜେପି ଯେଉଁଭଳି ଭାବେ ଦଳୀୟ କନ୍ଦଳ ପାଇଁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା, ଆଜି କଂଗ୍ରେସ ସମାନ ସ୍ଥିତିର ସମ୍ମୁଖୀନ ହୋଇ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ପଦ ଛାଡ଼ିବାକୁ କହିଛି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ ଅମରିନ୍ଦରଙ୍କ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ସିଦ୍ଧୁଙ୍କୁ ସମର୍ଥନ କରୁଥିବା ୪୦ ଜଣ ବିଧାୟକ ଦଳୀୟ ହାଇକମାଣ୍ଡଙ୍କୁ ଅମରିନ୍ଦରଙ୍କ ବିରୋଧରେ ଚିଠି ଲେଖିଥିଲେ। ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ହାଇକମାଣ୍ଡ ମଧ୍ୟ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିଥିଲେ। ଶେଷରେ ହାଇକମାଣ୍ଡଙ୍କ କଥାରେ ସେ ଇସ୍ତଫା ଦେଇଥିବା ଆଲୋଚନା ହେଉଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories