www.samajalive.in
Thursday, December 11, 2025
16.1 C
Bhubaneswar

ଆମେରିକା ମାନିଲା- କାବୁଲ ଆକ୍ରମଣରେ ୧୦ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା

ୱାଶିଂଟନ: ଆଇଏସଆଇଏସ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମେରିକା ପକ୍ଷରୁ ଗତ ମାସରେ କାବୁଲରେ କରାଯାଇଥିବା ଡ୍ରୋନ ଆକ୍ରମଣରେ ଅନେକ ଆଇଏସଆଇଏସ ଆତଙ୍କି ପ୍ରାଣ ହରାଇଥିବା ଆମେରିକା ଦାବି କରିଥିଲା। କିନ୍ତୁ ଏବେ ଆମେରିକା ସତକଥା ପ୍ରକାଶ କରିଛି। ଉକ୍ତ ଆକ୍ରମଣରେ ଆଇଏସଆଇଏସ ଆତଙ୍କି ନୁହଁନ୍ତି, ୧୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ ବୋଲି ଆମେରିକାର ଜଣେ ବରିଷ୍ଠ ଜେନେରାଲ କହିଛନ୍ତି। ଆମେରିକା କେନ୍ଦ୍ରୀୟ କମାଣ୍ଡ ଜେନେରାଲ କେନେଥ ମ୍ୟାକେନଜି କହିଛନ୍ତି, ଉକ୍ତ ଆକ୍ରମଣ ଏକ ଭୟଙ୍କର ଭୁଲ ଥିଲା। ଆକ୍ରମଣ ସମ୍ପର୍କରେ ଆମେରିକା ପକ୍ଷରୁ ନିଜଆଡୁ ତଦନ୍ତ କରାଯିବା ପରେ ସେ ଏହା କହିଛନ୍ତି। ଏଥିପାଇଁ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ନିହତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭୟଙ୍କର ଭୁଲରୁ ଆମେରିକା ଶିକ୍ଷାଲାଭ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆମେରିକାକୁ ମିଳିଥିବା ଗୁଇନ୍ଦା ସୂଚନା ସମ୍ପୂର୍ଣ୍ଣ ଭୁଲ ଥିଲା। ବିଶେଷକରି ଏଖ ଧଳା ରଙ୍ଗର ଟୟୋଟାରେ ବିସ୍ଫୋରକ ବୋଝେଇ ହୋଇ ବିମାନ ବନ୍ଦର ଆଡକୁ ଆସୁଥିବା ନେଇ ମିଳିଥିବା ସୂଚନା ଭୁଲ ଥିଲା। ଫଳରେ ଏଥିରେ ୭ ଜଣ ପିଲାଙ୍କ ସହିତ ୧୦ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହି ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ କିଭଳି କ୍ଷତିପୂରଣ ଦିଆଯିବ, ସେ ସମ୍ପର୍କରେ ଆମେରିକା ପ୍ରଶାସନ ବିଚାର କରୁଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories