www.samajalive.in
Saturday, December 13, 2025
21.1 C
Bhubaneswar

ଜୁନିୟର ହକି ବିଶ୍ବକପ, ପ୍ରୋ-ଲିଗ୍‌ରୁ ଓହରିଲା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ବକପ ସମେତ ଜୁନିୟର ମହିଳା ବିଶ୍ବକପ ଓ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିରୁ ହକି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଓହରି ଯାଇଛନ୍ତି। କରୋନା ମହାମାରୀ ପାଇଁ ଯାତାୟତ କଟକଣା ଲାଗି ଦୁଇ ଦେଶ ଉକ୍ତ ଦୁଇ ପ୍ରତିଯୋଗିତାରୁ ଓହରି ଯାଇଥିବା ନେଇ ଘୋଷଣା କରିଛନ୍ତି। ଜୁନିୟର ପୁରୁଷ ହକି ବିଶ୍ବକପ ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭାରତରେ ଖେଳାଯିବା ବେଳେ ମହିଳା ଜୁନିୟର ହକି ବିଶ୍ବକପ ଦକ୍ଷିଣ ଆଫ୍ରିକାରେ ଖେଳାଯିବ। ପୁରୁଷ ଜୁନିୟର ବିଶ୍ବକପ ହକି ଭାରତରେ ଖେଳାଯିବାକୁ ସ୍ଥିର ହୋଇଥିବା ବେଳେ ଓଡ଼ିଶାରେ ଉକ୍ତ ପ୍ରତିଯୋଗିତା ଆୟୋଜନ ନେଇ ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ତର୍ଜାତୀୟ କଟକଣା, ସଂଙ୍ଗରୋଧ ବ୍ୟବସ୍ଥା ବାଧ୍ୟତାମୂଳକ ଓ କରୋନା କଟକଣା ପାଇଁ ଏଫ୍‌ଆଇଏଚ୍‌ ପ୍ରତିଯୋଗିତାରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୨ ଜୁନ୍ ୨୨ରୁ ଆରମ୍ଭ ହେବାକୁ ଥିବା ଏଫ୍‌ଆଇଚ୍‌ ପ୍ରତିଯୋଗିତାରେ ଦୁଇ ଦେଶ ଅଂଶଗ୍ରହଣ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଅଷ୍ଟ୍ରେଲିଆ ସରକାର ହକି ଅଷ୍ଟ୍ରେଲିଆକୁ ସ୍ବାସ୍ଥ୍ୟ ସୁରକ୍ଷା ନେଇ କୌଣସି ସାଲିସ ନକରିବାକୁ ନିର୍ଦେଶ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଏଫ୍‌ଆଇଏଚ୍‌ ପ୍ରତିଯୋଗିତାରେ ଖେଳିବା କଷ୍ଟକର ହୋଇପଡ଼ିଛି ବୋଲି ହକି ଅଷ୍ଟ୍ରେଲିଆ କାର୍ଯ୍ୟକାରୀ ମୁଖ୍ୟ କାର୍ୟ୍ୟନିର୍ବାହୀ ମାଇକେଲ ଜୋନଷ୍ଟନ କହିଛନ୍ତି। ଫଳରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଜୁନିୟର ପୁରୁଷ ଓ ମହିଳା ହକି ବିଶ୍ବକପ ସମେତ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ମଧ୍ୟ ଅନୁପସ୍ଥିତ ରହିବା ସ୍ପଷ୍ଟ ହୋଇଛି।

- Advertisement -

ଏହାଛଡ଼ା ଅଷ୍ଟ୍ରେଲିଆ ୨୦୨୨ ଫେବୃଆରୀରେ ବେଲଜିୟମ​‌ରେ ଖେଳାଯିବାକୁ ଥିବା ଇନଡୋର ହକି ବିଶ୍ବକପ ଓ ୟୁଏସଏରେ ମାଷ୍ଟରର୍ସ ଇନଡୋର ହକି ବିଶ୍ବକପରେ ମଧ୍ୟ ଅଂଶଗ୍ରହଣ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ହକି ନ୍ୟୁଜିଲାଣ୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଣ୍ଟୋନୀ କୁର୍‌ମେ କହିଛନ୍ତି ଯେ, କରୋନା ମହାମାରୀ ଓ ଯାତାୟତରେ କଟକଣା ପାଇଁ ଜୁନିୟର ବିଶ୍ବକପ ସମେତ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories