ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜା ଉତ୍ସବ କୋଭିଡ୍ କଟକଣା ଯୋଗୁଁ ନିରାଡମ୍ବର ସହକାରେ ଶୁକ୍ରବାର ପାଳିତ ହୋଇଯାଇଛି । ପିପିଲି ପୌରାଞ୍ଚଳ ସମେତ ଉତ୍ତରା, ଗୁଡିଆପୋଖରୀ, ଜଇସପାଟଣାଛକ, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ତେଇସିପୁର, ସାତଶଙ୍ଖ, ଭାରତୀପୁର, ମଠସାହି, କଣ୍ଟି ଓ ଜଗନ୍ନାଥପୁର ବଜାର ଠାରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡି ଚାଳକ ଓ ମାଲିକ ସଂଘ ପକ୍ଷରୁ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି ।

କୃପାଜଳ ଇଞ୍ଜିନିୟରିଂ କଲେଜ ସମେତ ପିପିଲି କଲେଜର ବିଜ୍ଞାନ ବିଭାଗ, କ୍ଷେତ୍ରମୋହନ ଆଇଟିସି ଠାରେ ଅତି ଉତ୍ସାହର ସହ ପୂଜାଉତ୍ସବ ପାଳନ କରାଯାଇଛି । ଉତ୍ତରା ବିଦ୍ୟୁତ ବିଭାଗ, ପିପିଲି ବିଦ୍ୟୁତ ବିଭାଗ, ସାତଶଙ୍ଖ ବିଦ୍ୟୁତ ବିଭାଗ, ପିପିଲି ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ଆର୍ଡବ୍ଲ୍ୟୁଏସ୍ଏସ୍ କାର୍ଯ୍ୟାଳୟ, ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଏସ୍ଏନ୍ଏଲ୍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ଠାରେ କର୍ମଚାରୀ ମାନେ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜାଉତ୍ସବ ପାଳନ କରିଥିଲେ । ପିପିଲିର ସିଦେ୍ଧଶ୍ୱର ଦେବ ରାଜମିସ୍ତ୍ରୀ ସଂଘ ପକ୍ଷରୁ ହେବାକୁ ଥିବା ନବମ ବାର୍ଷିକ ବିଶ୍ୱକର୍ମା ମହୋତ୍ସବକୁ କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷ ବାତିଲ କରାଯାଇଥିବା ବେଳେ କେବଳ ଠାକୁରଙ୍କ ପୂଜାଉତ୍ସବ ଅନୁଷ୍ଠିତ ହୋଇଥିଲା ।
ପିପିଲିରେ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜା
Popular Categories



