ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୬୭ ଓ ସ୍ଥାନୀୟ ସଂକ୍ରମିତ ୨୬୧ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୯୬ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରେ ୫, ବାଲେଶ୍ୱର ୨୨, ବରଗଡ ୭, ଭଦ୍ରକ ୭ ଓ ବଲାଙ୍ଗିରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ଜିଲାରେ ୭୨, ଦେବଗଡ ୧, ଢେଙ୍କାନାଳ ୫, ଗଞ୍ଜାମ ୧, ଜଗତସିଂହପୁର୨୬ ଓ ଯାଜପୁରରେ ୧୯ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଝାରସୁଗୁଡାରେ୩, କେନ୍ଦ୍ରାପଡା ୯, କେନ୍ଦୁଝର ୧୬, ଖୋର୍ଦ୍ଧା ୨୯୧ ଓ କୋରାପୁଟରେ ୧୮ ଚିହ୍ନଟ ହୋଇଛନ୍ତି। ମୟୁରଭଞ୍ଜରେ ୨୨, ନୟାଗଡ ୭, ପୁରୀ ୯, ରାୟଗଠର ୪, ସମ୍ବଲପୁର ୮, ସୁନ୍ଦରଗଡ ୨୨ ଓ ଷ୍ଟେଟପୁଲରୁ ୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୬୮୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସଂପ୍ରତି ରାଜ୍ୟରେ ୫୯୦୬ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Comments are closed.