www.samajalive.in
Wednesday, December 10, 2025
26.1 C
Bhubaneswar

ବିଜେଡି ପକ୍ଷରୁ ବନ୍ୟା ପ୍ରଭାବିତଙ୍କୁ ରିଲିଫ

ଆଠଗଡ: ଦୁଇଦିନ ଲଗାଣ ବର୍ଷା ଫଳରେ ସାପୁଆ ଓ କଣ୍ଟିଆ ନଦୀରେ ସୃଷ୍ଟି ହୋଇଥିବା ବନ୍ୟାରେ ଆଠଗଡ ଅଞ୍ଚଳର ୬ଟି ପଞ୍ଚାୟତର ୧୯ଟି ଗ୍ରାମ ପ୍ରଭାବିତ ହୋଇଥିଲା। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ଆଠଗଡ ଏନଏସିର ୬ଟି ଓତ୍ୱାର୍ଡର ଲୋକମାନଙ୍କୁ ସ୍କୁଲଘରକୁ ସ୍ଥାନାନ୍ତରିତ କରାଯିବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେହିପରି ବିଜେଡି ପକ୍ଷରୁ କେନ୍ଦୁଟୋକଳି ଗ୍ରାମରେ ଜରିପାଲ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ ଅନ୍ୟ ପ୍ରଭାବିତ ଗ୍ରାମଗୁଡିକରେ ବନ୍ୟା ପ୍ରପୀଡିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେହିପରି ତରଡିଙ୍ଗ ପଞ୍ଚାୟତର ତରଡିଙ୍ଗ, ଗଜାଆମ୍ବ, ତେନ୍ତୁଳିଆ ଓ ବାଇଲୋର ବନ୍ୟା ପ୍ରଭାବିତ ଲୋକଙ୍କୁ ବିଜୁଛାତ୍ର ଜନତା ଦଳ ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ତତ୍ୱାବଧାନରେ ରନ୍ଧାଖାଦ୍ୟ ବିତରଣ କରାଯାଇଥିଲା।

ଏଥି ସହିତ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା ଓ ନଦୀବନ୍ଧ କିପରି ଯଥାଶୀଘ୍ର ମରାମତି କରାଯିବ ସେ ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ସ୍ଥାନୀୟ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ନେତୃତ୍ୱରେ ଜିଲ୍ଲା ଉପସଭାପତି ନୃସିଂହଚରଣ ମହାପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ନିରାକାର ଲେଙ୍କା, ଶିଶିର ପ୍ରସାଦ ମାନସିଂହ, ରଞ୍ଜନ ଜେନା, ପ୍ରକାଶ ରାଉତ, ଲଳିତ ମୋହନ ନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଏହି ରିଲିଫ କାର୍ଯ୍ୟରେ ସହଯୋଗ କରିଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories