www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟସଭା ସାଂସଦଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ନବରଙ୍ଗପୁର ଜ଼ିଲ୍ଲା ତରଫରୁ ଏକ ଦାବି ପତ୍ର ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନଙ୍କୁ ପ୍ରଦାନ କରାଯାଇଛି। ଅନୁସୂଚିତ ଜାତି(ଏସସି) ବ୍ୟକ୍ତି ଯଦି ଖ୍ରୀଷ୍ଟଧର୍ମ ଗ୍ରହଣ କଲେ, ତାହାହେଲେ ସେ ତାହାର ଏସସି ଅଧିକାର ହରାଇଦିଏ କିନ୍ତୁ ଅନ୍ୟ ପକ୍ଷରେ ଏସସି ବ୍ୟକ୍ତି ଖ୍ରୀଷ୍ଟ ଧର୍ମ ଛଡା ଯେ କୌଣସି ଧର୍ମ ଗ୍ରହଣ କଲେ, ତାହାର ଏସସି ଅଧିକାର ବଳଵତ୍ତର ରହେ। ଏହା ଧର୍ମ ଭିତ୍ତିକ ଦଳିତ ଖ୍ରୀଷ୍ଟିଆନମାନଙ୍କୁ ଅନ୍ୟାୟ କରାଯାଇଛି, ଯାହାକି ସମ୍ବିଧାନ୧୯୫୦ ପାରା ୩ରେ ଯୋଗ କରାଯାଇଛି। ଦଳିତ ଖ୍ରୀଷ୍ଟିଆନ ଏହି ଦେଶର ମୂଳ ଅଧିବାସୀ, ଦୀର୍ଘ ୭୦ ବର୍ଷ ହେବ ଧର୍ମ ଆଧାରରେ ଜାତିର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି। ଦଳିତ ଖ୍ରୀଷ୍ଟିଆନ ସେମାନଙ୍କର ଏସସିଅଧିକାରକୁ ଫେରାଇ ଦେବା ସକାଶେ ସାଂସଦଙ୍କୁ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ଏବଂ ସାଂସଦ ମଧ୍ୟ ଏହି ବିଷୟରେ ରାଜ୍ୟସଭାରେ ଉପସ୍ଥାପନା କରିବେ ବୋଲି କହିଛନ୍ତି ଏବଂ ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦର ଜିଲା କାର୍ୟ୍ୟାଳୟ ନିମନ୍ତେ ଜାଗା ଓ ଗୃହ ନିର୍ମାଣ କରିବା ସକାଶେ ମଧ୍ୟ ପ୍ରତିଶୃତି ଦେଇଛନ୍ତି।

ଏଥିରେ ପରିଷଦର ସଭାପତି ଡ଼ଃ ବିକ୍ରମ କୁମାର ନାଗ, ଉପସଭାପତି ରେଭ ପଙ୍କଜ ସିପା, ସମ୍ପାଦକ ରେଭ ପ୍ରଦୀପ କୁମାର ନନ୍ଦ, ସହ ସମ୍ପାଦକ ରେଭ ଶାମୁଏଲ ଲିମା, କୋଷଧକ୍ଷ ରେଭ ଖ୍ରୀଷ୍ଟଦାନ ନାଗ, ରେଭ ଗାବ୍ରିଏଲ ସେନାପତି ପ୍ରୋଗ୍ରାମ ସମ୍ପାଦକ, ସୁକାନ୍ତ ନାଗ ଅର୍ଗାନାଜର, ସନାତନ ମହାନ୍ତି ଉପଦେଷ୍ଟା ଓ ଅନ୍ୟାନ୍ୟ ବ୍ଲକର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories