ଆଠଗଡ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖଣ୍ଡୁଆଳୀ ଗ୍ରାମର ଶତୃଘ୍ନ ନାୟକଙ୍କ ପୁଅ ମଞ୍ଜୁ ନାୟକ(୫୮) ବୁଧବାର ଏକ କୂଅରେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ବୁଧବାର ଦିନ ପ୍ରାୟ ୨ଟା ବେଳେ ମଞ୍ଜୁ ନିଜ କୂଅରୁ ପାଣି କାଢୁଥିବାବେଳେ ଅସାବଧାନତା ଯୋଗୁଁ କୂଅରେ ଖସିପଡିଥିଲେ। ପରିବାର ଲୋକ ଓ ସାହି ପଡିଶା ତାଙ୍କୁ ଉଦ୍ଧାର କରି ଆଠଗଡ ଡାକ୍ତରଖାନା ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଠଗଡ ପୁଲିସ ଶବ ଜବତ କରି ଆସନ୍ତାକାଲି ବ୍ୟବଚ୍ଛେତ ପାଇଁ ରଖିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।
Popular Categories



