www.samajalive.in
Thursday, December 11, 2025
16.1 C
Bhubaneswar

ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟକୁ ନେଇ ବିଜେପିର ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ

ବୌଦ୍ଧ: ଧଉରାକୀଳା ନାମକ ଏକ ଫେକ ଆଇଡି ମାଧ୍ୟମରେ ମନ୍ତବ୍ୟ ଦେବାକୁ ନେଇ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଂଚଳରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟି ହୋଇଥିବା ବେଳେ ଉଭୟ ପକ୍ଷରୁ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି। ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ବୌଦ୍ଧ ଥାନାରେ ହୋଇଥିବା ଅଭିଯୋଗରୁ ଜଣାଯାଏ ଯେ, ବୌଦ୍ଧ ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ଜ୍ୟୋତିର୍ମୟ ପ୍ରଧାନ ଗତକାଲି ଏକ ମୋଟର ସାଇକେଲରେ ଦୋକାନ ଜିନିଷ କିଣିବା ପାଇଁ ବୌଦ୍ଧ ସହରକୁ ଆସୁଥିବା ବେଳେ ସୁବଳୟାଛକ ଠାରେ ହଠାତ ଗୋଟିଏ କାର ତାଙ୍କୁ ଧକ୍କା ଦେବା ଫଳରେ ସେ ଛିଟିକି ପଡିଥିଲେ।

ଉଠି ଦେଖିବାରୁ ଗାଡି ଭିତରୁ ଓମ ପ୍ରକାଶ ମିଶ୍ର, ନାରାୟଣ କର୍ମୀ, ସୁଶାନ୍ତ ସୁନା, ଶିବ କମ୍ପ, ବିକାଶ ମହାକୁଡ ବାହାରକୁ ଆସି ଓମ ପ୍ରକାଶ ଗୋଟିଏ ପିସ୍ତଲ ଧରି ତାଙ୍କ ପାଖକୁ ଆସି ପାଖରେ ଯାହା ଅଛି ଦେବା ପାଇଁ କହିବା ସମୟରେ ସୁଶାନ୍ତ ତାଙ୍କ ମୁଣ୍ଡ ଓ କାନ ପାଖରେ ତିନି ଚାରି ମୁଥ ମାରିଥିଲା ଏବଂ ତାଙ୍କ ପାଖରେ ଥିବା କୋଡିଏ ହଜାର ଟଙ୍କା ଓ ଏକ ଭରି ସୁନା ଚେନ ଜବରଦସ୍ତ ଛିଡାଇ ନେଲେ ଏବଂ ମୋବାଇଲଟିକୁ କ୍ଷେତ ଭିତରକୁ ଫିଙ୍ଗିଦେଲେ। ଗାଡି ଭିତରକୁ ଟାଣି ନେଇ ସାନବଙ୍କାପଡା ପଡିଆ ଠାରେ ଛାଡି ଗାଳିଗୁଲଜ କରି ସମସ୍ତେ ପଳାଇଲେ।

- Advertisement -

ଏନେଇ ଜ୍ୟୋତିର୍ମୟ ପ୍ରଧାନ ବୌଦ୍ଧ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତିକରି ପୋଲିସ ୨୨୩/୨୦୨୧ ରେ ଏକ ମକଦ୍ଦମା ରୁଜୁ କରିଛି। ସେହିପରି ବୌଦ୍ଧଜିଲ୍ଲା ଗୋଛାପୋଡା ପଂଚାୟତ ଅଇଁଳାଝୁଲି ଗ୍ରାମର ଦାମୋଦର ମିଶ୍ର ଗତକାଲି ଦିନ ୨ଟା ସମୟରେ ବିଜେପି ସଂଗଠନ କାର୍ଯ୍ୟରେ ସାମ୍ପୋଚ ପଂଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଅଂଚଳକୁ ଯାଇଥିବା ବେଳେ ସାଙ୍ଗରେ ଥିବା ଧଳପୁର ଗ୍ରାମର ବିକାଶ ମହାକୁଡ ଫୋନକରି ଜ୍ୟୋତିର୍ମୟ ପ୍ରଧାନଙ୍କୁ ଡାକିଥିଲେ। ଫୋନକଲ ପାଇବା ପରେ ଜ୍ୟୋତିର୍ମୟ ସେଠାକୁ ଦେଖାକରିବାକୁ ଆସିଥିଲେ। ସେଠାରେ ବିଭିନ୍ନ ବିଷୟରେ ଆଲୋଚନା ସମୟରେ ଧଉରା କୀଳା ନାମରେ ଥିବା ଏକ ଫେକ ଫେସବୁକ ଆକାଉଣ୍ଟ ବିଷୟରେ ଆଲୋଚନା ହୋଇଥିଲା।

ତାଙ୍କ କଥାବାର୍ତାରୁ ସନ୍ଦେହ କରି ତୁମେ ବୋଧେ ଏ ଆକାଉଣ୍ଟ ଖୋଲିଛ ବୋଲି କହିବାରୁ ଜ୍ୟୋତିର୍ମୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ରତାଖଣ୍ଡି ଗ୍ରାମର ସୁଶାନ୍ତ ସୁନା ଦାମୋଦରକୁ ବଂଚାଇବାକୁ ଯିବାରୁ ତାକୁ ଗାଳି କରିବା ସହ ଏକ ବନ୍ଧୁକ ବାହାର କରି ତାର ମୁଣ୍ଡରେ ଥୋଇଦେଇ ସମସ୍ତେ ଯଦି ଏଠାରୁ ନ ଯାଉଛ ତାହାହେଲେ ସମସ୍ତଙ୍କୁ ଗୁଳିମାରି ଦେବି ଧଉରା କୀଳା ଭଳି ଆହୁରି ଅନେକ ଫେକ ଆଇଡି ମୁଁ ଖୋଲିଛି। ତୁମମାନଙ୍କୁ ଦେଖିନେବି ବୋଲି କହିଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି।

ଏ ସମସ୍ତ ଘଟଣାର ଓମ ପ୍ରକାଶ ମିଶ୍ର, ନାରାୟଣ କର୍ମୀ, ଶିବ କମ୍ପ, ଅଂଶୁମାନ କର୍ମୀ ପ୍ରତ୍ୟକ୍ଷଦର୍ଶୀ ଥିବା ଦାମୋଦର ମିଶ୍ର ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତିକରି ୨୨୪/୨୦୨୧ରେ ଏକ ମାମଲା ରୁଜୁ କରିଛି। ପ୍ରକାଶ ଥାଉକି ଓମ ପ୍ରକାଶ ମିଶ୍ର ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ପଦବୀରେ ରହିଥିବା ବେଳେ ମାମଲାରେ ସମ୍ପୃକ୍ତ ଉଭୟ ପକ୍ଷର ଯୁବକମାନେ ଜିଲ୍ଲା ବିଜେପି ସହିତ ସମ୍ପୃକ୍ତ ଥିବା ଆଲୋଚନା ହେଉଛି। ଏହି ଘଟଣାକୁ ନେଇ ଜିଲ୍ଲା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେପିର ବରିଷ୍ଠ ନେତାମାନେ ମାମଲାରୁ ନିଜକୁ ଦୂରେଇ ରଖି ସମାଧାନ ପାଇଁ ଭିତରେ ଉଦ୍ୟମ ଜାରି ରଖିଥିବା ଜଣାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories