www.samajalive.in
Wednesday, December 10, 2025
17.1 C
Bhubaneswar

ମଙ୍ଗଳ ଗ୍ରହରେ ଘର କରିବାକୁ ନୂଆ କସମିକ କଂକ୍ରିଟର ବିକାଶ

ନ୍ୟୁୟର୍କ: ମଙ୍ଗଳ ଗ୍ରହରେ ଭବିଷ୍ୟତରେ ବାସଗୃହ ନିର୍ମାଣ କରିବାକୁ ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ଧରଣର କସମିକ କଂକ୍ରିଟର ବିକାଶ କରିଛନ୍ତି। କାରଣ ମଙ୍ଗଳଗ୍ରହକକୁ ପୃଥିବୀରୁ ନିର୍ମାଣ ସାମଗ୍ରୀ ପରିବହନ କରିବା ଅତ୍ୟନ୍ତ ବ୍ୟୟବହୁଳ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପୃଥିବୀରୁ ଖଣ୍ଡେ ଇଟା ମଙ୍ଗଳ ଗ୍ରହକୁ ନେବାପାଇଁ ୨ ନିୟୁତ ଆମେରିକୀୟ ଡଲାର ଖର୍ଚ୍ଚ କରିବାକୁ ହେବ। ତେଣୁ ମଙ୍ଗଳଗ୍ରହରେ ଘର କରିବାକୁ ହେଲେ ଲୋକଙ୍କୁ ଆଉ ନିଜ ସହିତ ସାମଗ୍ରୀ ସେଠାକୁ ନେଇ ଯିବା ସମ୍ଭବ ନୁହେଁ। ସେମାନଙ୍କୁ ସେଠାରେ ମିଳୁଥିବା ସମ୍ବଳକୁ ଉପଯୋଗ କରି ଘର ତିଆରି କରିବାକୁ ହେବ। ମାଞ୍ଚେଷ୍ଟର ୟୁନିଭରସିଟିର ବୈଜ୍ଞାନିକମାନେ ପ୍ରଦର୍ଶନ କରିଛନ୍ତି ଯେ ରକ୍ତ ପ୍ଲାଜମାରୁ ଏକ ସାଧାରଣ ପ୍ରୋଟିନ ବା ହ୍ୟୁମାନ ସେରମ ଆଲବୁମିନ ଚନ୍ଦ୍ର ଅଥବା ମଙ୍ଗଳ ଗ୍ରହର ଧୂଳିକୁ ଯୋଡି କଂକ୍ରିଟ ଭଳି ଏକ ସାମଗ୍ରୀ ପ୍ରସ୍ତୁତ କରିପାରିବ। ବୈଜ୍ଞାନିକମାନେ ମହାକାଶଚାରୀଙ୍କ ରକ୍ତ, ସ୍ୱେଦ ଏବଂ ଲୁହକୁ ନେଇ ମହାକାଶରୁ ସଂଗୃହୀତ ଧୂଳିରେ ମିଶାଇ ଏକ କଂକ୍ରିଟ ଭଳି ପଦାର୍ଥ ପ୍ରସ୍ତୁତ କରିଛନ୍ତି। ଏହାକୁ ସେମାନେ ଆଷ୍ଟ୍ରୋକ୍ରେଟ ବୋଲି କହୁଛନ୍ତି। ବୈଜ୍ଞାନିକମାନେ କହିଛନ୍ତି, ଏହି ପଦ୍ଧତିରେ ୬ଜଣ ମହାକାଶଚାରୀଙ୍କୁ ନେଇ ଦୁଇଥର ମହାକାଶ ଅଭିଯାନ ସମୟରେ ପ୍ରାୟ ୫୦୦ କିଲୋଗ୍ରାମରୁ ଅଧିକ ଆଷ୍ଟ୍ରୋକ୍ରେଟ ପ୍ରସ୍ତୁତ କରାଯାଇପାରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories