www.samajalive.in
Sunday, December 14, 2025
16.1 C
Bhubaneswar

ଜୟନ୍ତୀରେ ଜନ୍ମମାଟିର ଗୌରବ ସବୁଜକବି ବୈକୁଣ୍ଠନାଥଙ୍କୁ ଶ୍ରଦ୍ଧାଞ୍ଜଳି

ବଡ଼ମ୍ବା : ରାଜ୍ୟର ସୁନାମଧନ୍ୟ ସାରସ୍ୱତ ସାଧକ,ବିଶିଷ୍ଟ ଶିକ୍ଷାବିତ୍ ତଥା ଲୋକପ୍ରିୟ ଜଣାଣ ‘ଜୀବନପାତ୍ର ମୋ ଭରିଛ କେତେ ମୋତେ’ର ରଚୟିତା ସବୁଜକବି ସ୍ୱର୍ଗତ ବୈକୁଣ୍ଠନାଥ ପଟ୍ଟନାୟକଙ୍କୁ ତାଙ୍କର ୧୧୭ତମ ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରାଯାଇଛି। ଜନ୍ମମାଟିର ଏହି ଗୌରବଙ୍କ ସ୍ମୃତିରେ ବଡ଼ମ୍ବା ପୂଜ୍ୟପୂଜା ପରିଷଦ ଆନୁକୂଲ୍ୟରେ ଅପରାହ୍ନରେ ବ୍ଲକ ଅନ୍ତର୍ଗତ ଗୋପପୁରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ପରିଷଦର ସଦସ୍ୟ ଶିକ୍ଷକ ଅଶୋକକୁମାର ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ସମବାୟବିତ୍ ବୈକୁଣ୍ଠନାଥ ରଣା ମୁଖ୍ୟଅତିଥି ଏବଂ ସମାଜସେବୀ ରବିନ୍ଦ୍ରକୁମାର ସାହୁ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ। ଶିକ୍ଷକ ପଣ୍ଡିତ ଶଙ୍କର୍ଷଣ ରଣା, ଗୋପୀନାଥ ପଣ୍ଡା,ନରସିଂହ ଦାଶ,ସରୋଜକାନ୍ତ ବଳିଆରସିଂହ ପ୍ରମୁଖ ଉକ୍ତ ସଭାରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ମାନବବାଦ, ଆଧ୍ୟାତ୍ମିକ ଚେତନା ଏବଂ କାରୁଣ୍ୟର ମର୍ମବାଣୀରେ ଭରା କବିଙ୍କ ରଚନାସମୁହ ଯୁଗାନ୍ତକାରୀ ସୃଷ୍ଟିବୋଲି ଏହି ଅବସରରେ ସ୍ମୃତିଚାରଣ ପୂର୍ବକ ବକ୍ତାମାନେ ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟାନୁରାଗୀ ଯୁବପ୍ରତିଭା ସୁଶାନ୍ତକୁମାର ଜେନା, ରମେଶଚନ୍ଦ୍ର ସାମନ୍ତରାୟ,ଶିକ୍ଷକ ଦିଲ୍ଲୀଶ୍ୱର ବିଶ୍ୱାଳ, ଜଗବନ୍ଧୁ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅତିଥି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ କବିଙ୍କ ଫଟୋଚିତ୍ରରେ ପୁଷ୍ପପ୍ରଦାନ ପୂର୍ବକ ସମବେତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେହିଭଳି ଜୟନ୍ତୀ ଅବସରରେ ଅଞ୍ଚଳର ତଥା ରାଜ୍ୟର ଏହି ଯଶସ୍ୱୀ ସାଧକଙ୍କୁ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର,ପୂର୍ବତନ ବିଧାୟକ ସମୀରକୁମାର ରାଉତରାୟ,ପ୍ରାଣଯୋଗ ପ୍ରତିଷ୍ଠାନର ଅଧ୍ୟକ୍ଷ ଶିକ୍ଷାବିତ୍ ଚନ୍ଦ୍ରଶେଖର ମିଶ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ, ଓକିଲସଂଘ ସଭାପତି ଆଇନଜୀବୀ ସନ୍ତୋଷକୁମାର ବେହେରା, ପୂଜ୍ୟପୂଜା ପରିଷଦ ସଭାପତି ବିରଜାଚରଣ ପଟ୍ଟନାୟକ, ସମ୍ପାଦକ ଅମରେଶ ରଥ,ନାଗରିକମଞ୍ଚ ସମ୍ପଦକ ଅମୀୟ ପଟ୍ଟନାୟକ, ହାଟ ବଣିକସଂଘ ସଭାପତି ଶିବନାରାୟଣ ମିଶ୍ର ପ୍ରମୁଖ ନିଜର ଗଭୀର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories