www.samajalive.in
Saturday, December 13, 2025
26.1 C
Bhubaneswar

୧୦ ଦିନରେ ୧୩ ହରର୍‍ ଚଳଚ୍ଚିତ୍ର ଦେଖ, ୯୫ହଜାର ଟଙ୍କା ନିଅ

\ପ୍ୟାରିସ: ହରର୍‍ ଚଳଚ୍ଚିତ୍ର ଦେଖିବାକୁ ଅନେକ ପସନ୍ଦ କରିଥାନ୍ତି। ତେବେ କେତେକ କ୍ଷେତ୍ରରେ ଏଭଳି ଚଳଚ୍ଚିତ୍ରଗୁଡିକ ଏକାକି ରାତି ଅଧରେ ବସି ଦେଖିବାକୁ ଭୟ ଲାଗିଥାଏ। ବର୍ତ୍ତମାନ ସମୟରେ କ୍ୟାମେରା କୌଶଳ ସହିତ ସେଥିରେ ରହୁଥିବା ବିକଟାଳ ଶବ୍ଦ ସଂଯୋଜନା ଚଳଚ୍ଚିତ୍ରକୁ ଅଧିକ ଭୟାନକ କରିଦେଉଛି। ଏଭଳି ଏକ ପରିସ୍ଥିତିରେ ଏକ କମ୍ପାନୀ ଏକ ଅଦ୍ଭୁତ ପ୍ରସ୍ତାବ ରଖିଛି। କେହି ଯଦି ୧୦ ଦିନ ମଧ୍ୟରେ ୧୩ଟି ହରର୍‍ ଚଳଚ୍ଚିତ୍ର ଦେଖନ୍ତି ତେବେ ତାଙ୍କୁ ୯୫ ହଜାର ଟଙ୍କା ପୁରସ୍କାର ଆକାରରେ ଦିଆଯିବ। ଆଗାମୀ ଅକ୍ଟୋବର ମାସକୁ ଏଥିପାଇଁ ସମୟ ଧାର୍ଯ୍ୟ କରିଛି ଏହି ଅର୍ଥଲଗାଣକାରୀ କମ୍ପାନୀ।
ଫାଇନାନ୍ସବଜ୍‍ ନାମକ ଏହି କମ୍ପାନୀ କହିଛି, ଉକ୍ତ ୧୩ଟି ହରର ଚଳଚ୍ଚିତ୍ର ଦେଖିବା ସମୟରେ ବ୍ୟକ୍ତିଙ୍କର ହୃଦସ୍ପନ୍ଦନ ହାରକୁ ଫିଟବିଟ୍‍ ବ୍ୟବହାର କରି ମପାଯିବ। ଏହା ପଛରେ ଉଦ୍ଦେଶ୍ୟ ହେଉଛି, ଏଭଳି ଏକ ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ଯେତିକି ଅର୍ଥ ଖର୍ଚ୍ଚ କରାଯାଉଛି, ଦର୍ଶକଙ୍କ ଉପରେ ତାହାର ସେତିକି ପ୍ରଭାବ ପଡୁଛି କି ନାହିଁ ତାହା ଦେଖିବା। ଚଳଚ୍ଚିତ୍ର ଦେଖିବାକୁ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ କମ୍ପାନୀ ପକ୍ଷରୁ ଫିଟବିଟ୍‍ ଯୋଗାଇ ଦିଆଯି। ତାହାସହିତ ଏହି ସମସ୍ତ ଚଳଚ୍ଚିତ୍ର ଦେଖିବା ବାବଦ ଭଡା ୫୦ ଡଲାର ମଧ୍ୟ ପ୍ରଦାନ କରାଯିବ। ଏହି ୧୩ଟି ହରର୍‍ ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ସ, ଆମିଟିଭିଲେ ହରର୍‍, ଏ କ୍ୱାଏଟ ପ୍ଲେସ, ଏକ କ୍ୱାଏଟ ପ୍ଲେସ ପାର୍ଟ ୨, କ୍ୟାଣ୍ଡିମ୍ୟାନ, ଇନସାଇଡିଓସ, ଦି ବ୍ଲେୟାର ୱିଚ ପ୍ରୋଜେକ୍ଟ, ଗେଟ ଆଉଟ, ଦି ପର୍ଜ, ହାଲୋୱିନ (୨୦୧୮), ପାରାନର୍ମାଲ ଆକ୍ଟିଭିଟି ଏବଂ ଆନାବେଲ। ଏଥିପାଇଁ ଚଳିତ ସେପ୍ଟେମ୍ବର ମାସ ୨୬ ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories