www.samajalive.in
Wednesday, December 10, 2025
16.1 C
Bhubaneswar

ଏପଟେ ସ୍ବାସ୍ଥ୍ୟ ପାଇଁ ମାନବ ଶୃଙ୍ଖଳ, ସେପଟେ ସ୍ବାସ୍ଥ୍ୟ ପାଇଁ କାର୍ଡ଼ ବଣ୍ଟନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସମେତ ସମଗ୍ର ପଶ୍ଚିମାଞ୍ଚଳ ଓ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବି ଦିନକୁ ଦିନ ଜୋର ଧରିବାରେ ଲାଗିଥିବା ବେଳେ ଏଥିପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ ଓ ମିଶନ ଏମ୍ସ ପକ୍ଷରୁ ବାରମ୍ବାର ବୈଠକ କରାଯିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା କରାଇବା ପାଇଁ ଏକ ପ୍ରକାର ଚାପ ମଧ୍ୟ ସୃଷ୍ଟି କରାଯାଉଥିବାର ଜଣାପଡ଼ିଛି । ହେଲେ ରାଜ୍ୟ ସରକାର ପ୍ରସ୍ତାବ ଦେବା ସହ ସୁନ୍ଦରଗଡ଼ରେ ସରକାରୀ ମେଡିକାଲ ଓ ହସ୍ପିଟାଲ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ନିଜ ପକ୍ଷରୁ ଦୋଷ ହଟାଇବା ପାଇଁ ବୈଷୟିକ ଟିମ ପଠାଇ ଭିତ୍ତିଭୂମିର ଅନୁଧ୍ୟାନ କରାଇ ଏକ ପ୍ରକାର ଚୁପ ବସିଯାଇଛନ୍ତି ବୋଲି ଅଭିଯୋଗ ହେଉଛି । ଏ ପରିପ୍ରେକ୍ଷୀରେ ଉଭୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପାଇଁ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରାଯାଇ ରାଜନୀତିର ଛକାପଞ୍ଝାରେ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଯେ ଫସିଯାଇଛି ଏହା ଲେଖିଲେ ଭୁଲ ହେବ ନାହିଁ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉତ୍ତମମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଆମ ଜିଲାରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରିବାର କାର୍ଯ୍ୟକ୍ରମ ରଖିବା ସହ ଜିଲାର ଉନ୍ନୟନ ପାଇଁ କେତେକ ପ୍ରକଳ୍ପକୁ ମଧ୍ୟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି ହେଲେ ଭିତ୍ତିଭୂମି ନଥାଇ ସ୍ମାର୍ଟ କାର୍ଡ଼ ବଣ୍ଟନ କଲେ ଲାଭ କଣ ବୋଲି ବିରୋଧୀ ଚର୍ଚ୍ଚା କରିବାକୁ ପଛାଉନଥିବା ବେଳେ ସ୍ବାସ୍ଥ୍ୟ ପାଇଁ (ଏମ୍ସ) ପ୍ରତିଷ୍ଠା ଦାବିରେ ସୁନ୍ଦରଗଡ଼ରେ ମାନବ ଶୃଙ୍ଖଳ ଅନୁଷ୍ଠିତ ହେବାର ଘୋଷଣା କରାଯାଇଛି । ଏହି ମାନବ ଶୃଙ୍ଖଳରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ସଦସ୍ୟ, ବିଧାୟକ, ବିଧାୟିକା ଓ ମିଶନ ଏମ୍ସର କର୍ମକର୍ତ୍ତାମାନେ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏପଟେ ସ୍ବାସ୍ଥ୍ୟ ପାଇଁ ମାନବ ଶୃଙ୍ଖଳ ତ ସେପଟେ ସ୍ବାସ୍ଥ୍ୟ ପାଇଁ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମ ଜିଲାବାସୀଙ୍କ ପାଇଁ ଚର୍ଚ୍ଚାର ଖୋରାକ ଯୋଗାଇ ଦେଇଥିବାର ଜଣାପଡ଼ିଛି । ଅପରପକ୍ଷରେ ବିଭିନ୍ନ ବ୍ଲକ ଓ ସହରାଞ୍ଚଳରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ନିଗମ ଅଧ୍ୟକ୍ଷମାନେ ଏହି କାର୍ଡ଼ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ ବଣ୍ଟନ ସ୍ଥଳରେ ଏମ୍ସ ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ କରିବାର ପ୍ରସ୍ତୁତି ଜୋରସୋରରେ ଚାଲିଥିବାର ଜଣାପଡ଼ିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories