www.samajalive.in
Thursday, December 11, 2025
15.1 C
Bhubaneswar

ସହରାଞ୍ଚଳ ବିକାଶ ମଡେଲ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମାନକ ସୃଷ୍ଟି କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ମଧ୍ୟରେ ଏକ ଉତ୍ସାହଜନକ ଏବଂ ପ୍ରଭାବଶାଳୀ ସହଭାଗିତା ଯୋଗୁଁ ଓଡ଼ିଶାର ଗୋଷ୍ଠୀ-କୈନ୍ଦ୍ରିକ ତଥା ମହିଳାଙ୍କ ପରିଚାଳିତ ସହରାଞ୍ଚଳ ବିକାଶ ମଡେଲ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମାନକ ସୃଷ୍ଟି କରିଛି। ଓଡ଼ିଶା ସରକାରଙ୍କ ରୂପାନ୍ତରିତ ମିଲେଟ୍‌ ମିଶନ ଅଧୀନରେ ସାରା ରାଜ୍ୟରେ କିଓସ୍କଗୁଡ଼ିକୁ ଚଳାଇବା ନିମନ୍ତେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସଂଯୁକ୍ତ କରାଯାଇଛି। ଏହା ମହିଳାମାନଙ୍କୁ ଜୀବିକାନିର୍ବାହର ସୁଯୋଗ ଦେବ ଏବଂ ବଜାର ଚାହିଦାକୁ ସୁଦୃଢ଼ କରି ମିଲେଟ୍‌ ଚାଷୀମାନଙ୍କୁ ଲାଭ ଦେବ ବୋଲି ସେ କହିଛନ୍ତି। ଗ୍ରାମୀଣ ପରିବାରଗୁଡ଼ିକୁ ପାଇପ ଜଳ ସୁନିଶ୍ଚିତ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ଉଦ୍ୟମର ଅଂଶସ୍ୱରୂପ କେଉଁଝର ଜିଲ୍ଲା ପ୍ରଶାସନ ଯୋଡ଼ାର ମାଲାଙ୍ଗତୋଲି ପର୍ବତର ଶୀର୍ଷ ଦେଶରେ ଅବସ୍ଥିତ ପିଢ଼ାପୋଖରୀ ଗ୍ରାମର ୨୦୦ ପରିବାରଙ୍କୁ ସ୍ୱଚ୍ଛ ଜଳ ଯୋଗାଇ ଦେଉଛି। ଏହି ପ୍ରକଳ୍ପ ହିତାଧିକାରୀମାନଙ୍କ ପାଇଁ ଜୀବନରକ୍ଷକ ସାଜିଛି ବୋଲି ସେ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗତ ଚାରି ଦଶନ୍ଧି ଧରି ଗର୍ଭବତୀ ମହିଳାଙ୍କ ନିରାପଦ ତଥା ସାଧାରଣ ପ୍ରସବକୁ ସୁନିଶ୍ଚିତ କରିଆସୁଥିବା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ପ୍ରେମଲତା ବାରିକଙ୍କ ନିଷ୍ଠାପର ପରିଶ୍ରମକୁ ପ୍ରଶଂସା କରିଛନ୍ତି । ସେ ଅନେକ ବହୁମୂଲ୍ୟ ଜୀବନ ରକ୍ଷା କରିଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories