www.samajalive.in
Monday, December 8, 2025
20.1 C
Bhubaneswar

ନୂଆଁଖାଇ ଅବସରରେ ସ୍କୁଲ ସହପାଠୀଙ୍କ ବନ୍ଧୁମିଳନ 

କଣ୍ଟାବାଞ୍ଜି :  ନୂଆଁଖାଇ ଅବସରରେ କଣ୍ଟାବାଞ୍ଜି ଠାରେ ୧୯୯୪ ବ୍ୟାଚର ସରକାରୀ ପ୍ରାଥମିକ ବିଦ୍ୟାଳୟ ଯାହା କି ବର୍ତ୍ତମାନ ନୋଡାଲ ପ୍ରାଥମିକ ବିଦ୍ୟାଳୟ ନାମରେ ପରିଚିତ, ସ୍କୁଲ ସହପାଠୀ ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଦୀର୍ଘ ୨୭ ବର୍ଷ ପରେ ଦେଶ ବିଦେଶରୁ ଏହି ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ନୂଆଁଖାଇ ଭେଟଘାଟ ହୋଇଥିଲେ, କଣ୍ଟାବାଞ୍ଜିର ସିଆରସିସି ଗୋଷ୍ଠୀ ସାଧନ କର୍ମୀ ଦିନେଶ ମହାନନ୍ଦ ସମସ୍ତଙ୍କୁ ସ୍ଵାଗତ କରି ଫୁଲ ତୋଡ଼ା ଦେଇ ପାଛୋଟି ଆଣିଥିଲେ, ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ଦୀର୍ଘ ସମୟ ପରେ ସାକ୍ଷାତ ହୋଇଥିବାରୁ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ, ପରେ ଏକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଓଡିଶା ସରକାରଙ୍କର ମୋ ସ୍କୁଲ୍ ଅଭିଯାନ ବିଷୟରେ ଆଲୋଚନା କରି ଆଗାମୀ ଦିନରେ ସମସ୍ତେ ଏଥିରେ ଅଂଶଗ୍ରହଣ କରିବାକୁ ସାଧନ କର୍ମୀ ମହାନନ୍ଦଙ୍କ ଅନୁରୋଧକୁ ରକ୍ଷା କରି ସମସ୍ତେ ଉପସ୍ଥିତ ହେବା ପାଇଁ ପ୍ରତିଶ୍ରୁତି ଦେବା ସହ ଏହି ବିଶେଷ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଶପଥ ନେଇଥିଲେ। ଏହି ଭେଟଘାଟରେ ଶ୍ରଦ୍ଧାଞ୍ଜଳୀ ମେହେର, ଆନନ୍ଦ ହୋତା, ଶିବାନୀ ମିଶ୍ର, ଶଶିକାନ୍ତ ମିଶ୍ର, ପରମାନନ୍ଦ ପୁଟେଲ, ସ୍ମିତା ପାଣିଗ୍ରାହୀ, ପୁଷ୍ପା ମହାପାତ୍ର, ଶ୍ରାବଣୀ ପଟ୍ଟନାୟକ, ମଧୁସ୍ମିତା ତ୍ରିପାଠୀ, ଅନୁପମା ତାଣ୍ଡି ପ୍ରମୁଖ ଏହି ବିଶେଷ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଗାମୀ ଦିନରେ ଆହୁରି ବାଲ୍ୟ ବନ୍ଧୁ ମାନଙ୍କୁ ଯୋଡି ଏଭଳି କାର୍ଯକ୍ରମକୁ ସରସ ସୁନ୍ଦର ଭାବେ ପରିବେଷଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories