www.samajalive.in
Monday, December 8, 2025
24.1 C
Bhubaneswar

ଲଘୁଚାପ ଲଗାଣ ବର୍ଷାରେ ମାହାଙ୍ଗାର ଗୋବରୀ ଓ ମଇଜୋରା ନଦୀରେ ବନ୍ୟା: ବହୁ ଗାଁ ଜଳ ମଗ୍ନ, ମେଡ଼ିକାଲରେ ପଶିଲା ପାଣି

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଂଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାହାଙ୍ଗାର ଗୋବରୀ ନଦୀ ଓ ମଇଜୋରାରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବାସହ ବନ୍ୟା ପାଣି ଏବେ ବିଭିନ୍ନ ଗାଁରେ ପଶୁଛି। ଏପରିକି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ବର୍ଷା ପାଣି ପଶି ଯିବାରୁ ରୋଗୀମାନେ ଅସୁବିଧା ଭୋଗ କରୁଛନ୍ତି। ଗତ କାଲି ୧୪୭ ମିମି ବର୍ଷା ହୋଇଥିବା ରେକର୍ଡ କାର୍ରଯାଇଥିବାବେଳେ ବର୍ଷା ଜାରି ରହିଛି। ଗୋବରୀ ନଦୀର ଉପକୂଳ ଜଳେଶ୍ୱରପୁର, ଚାହାପଡା, ମଉଦା, ଉଷୁମା, ଶ୍ରୀକୃଷ୍ଣପୁର ବାରାହୀପୁର ରହଣିଆ ଆଦି ପଂଚାୟତର ବହୁ ଗାଁରେ ବନ୍ୟା ଜଳ ପ୍ରବେଶ କରିବା ସହ ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ବହୁ ମାଟି ଘର କାନ୍ଥ ଭାଙ୍ଗି ଥିବା ବେଳେ ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ ବିଡ଼ିଓ ନିହାର ରଞ୍ଜନ ମଲିକଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପ୍ରଶାସନକୁ ଅବଗତ କରାଉଛନ୍ତି। ଲଗାଣ ବର୍ଷା ଯୋଗୁଁ ଗମନାଗମନ ଠପ ହେବା ସହ ବିଦ୍ୟୁତ ସରବରାହ ୧୨ ଘଣ୍ଟା ହେଲା ବନ୍ଦ ରହିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories