www.samajalive.in
Friday, December 12, 2025
23.1 C
Bhubaneswar

ଟିକା କେନ୍ଦ୍ରରେ ଅବ୍ୟବସ୍ଥା

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ କୟଳପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ଦିନ ଟିକାକରଣରେ ଅବ୍ୟବସ୍ଥା ହେବା ଫଳରେ ସାଧାରଣ ଲେକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟିକା ନପାଇ କିଛି ଲୋକ ଫେରିବାକୁ ବାଧ୍ୟ ହୋଇଥିବା ଜଣା ପଡ଼ିଛି । ଟିକା ନେବାପାଇଁ ସ୍ଥରିକୃତ ସମୟର ବହୁ ପୁର୍ବରୁ ଆସି କେନ୍ଦ୍ରରେ ଲୋକମାନେ ପହଞ୍ଚି ଥିବା ବେଳେ ଟିକା ନଆସିଥିବାରୁ କିଛି ଲୋକ ଫେରି ଯାଇଥିବା ଓ ଆଉକିଛି ବିଳମ୍ବରେ ଟିକା ପାଇଥିବା ଅଭିଯୋଗ ହୋଇଛି । ଅନ୍ଲାଇନରେ ନାମ ପଞ୍ଜିକରଣ କରିଥିବା ବ୍ୟକ୍ତି ମାନେ ବହୁ ଦୂରଦୂରାନ୍ତରୁ ଆସି ସକାଳ ୬ଟାରୁ ଡାକ୍ତରଖାନା ପରିସରରେ ପହଁଚି ଥିଲେ । ମାତ୍ର ଡାକ୍ତରଖାନାରେ ଟିକା କରଣ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ପରେ ସେମାନେ ଡାକ୍ତରଖାନା ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହ କଥା ହେବାରୁ ଜାଣିବାକୁ ପାଇଥିଲେକି ଆଜି ଏହି ଡାକ୍ତରଖାନାରେ ଟିକାକରଣ ହେବନାହିଁ । ଫଳରେ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଖବର ପାଇବା ପରେ ଅପରାହ୍ନ ୧ଟାପରେ ଟିକା ଦେବା କର୍ମଚାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଟିକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories