ଗଞ୍ଜାମ : ଗଞ୍ଜାମ ମହାବିଦ୍ୟାଳୟରେ ପବିତ୍ର ଗଣେଶ ଚତୁର୍ଥୀ ଦିବସରେ କାର୍ଯ୍ୟାଳୟ ସମ୍ମୁଖ ଫାଟକ ନିକଟରେ ,ବିଦ୍ୟାଦାତା ଶ୍ରୀ ବିନାୟକ ଙ୍କ ଏକ ପ୍ରତିମୂର୍ତ୍ତୀ ସ୍ଥାପିତ ହୋଇଯାଇଛି । ଗଞ୍ଜାମ କଲେଜ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ କର୍ତ୍ତା ଭାବେ ଏହି ଶୁଭକାର୍ଯ୍ୟରେ ଯୋଗଦେଇଥିବା ବେଳେ ପଣ୍ଡିତ ବନଜ ଶତପଥି ପୂଜା କାର୍ଯ୍ୟ ସମ୍ପାଦନ କରି ଶ୍ରୀବିନାୟକଙ୍କ ରାଜଧିରାଜବେଶ ମୂର୍ତ୍ତୀ ସ୍ଥାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଉଦ୍ୟୋକ୍ତା ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଭାଗିରଥି ପଲାଇ, ରାଜନୀତି ବିଜ୍ଞାନ ପ୍ରାଧ୍ୟାପକଙ୍କ ସହ କଲେଜ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମୁର୍ତ୍ତୀ ସ୍ଥାପନ ପାଇଁ ସମ୍ପୂର୍ଣ ସହଯୋଗ ରହିଥିଲା। ଲିଙ୍ଗରାଜ ପଟନାୟକ, ବିନୋଦ ମହାପାତ୍ର, ଦିଲିପ କୁମାର ପଟନାୟକ, କୈଳାଶ ପଲାଇ, ବି.ସୋମାଲି, ଲକ୍ଷ୍ମୀ ଶତପଥୀ, ଉମାକାନ୍ତ ବେହେରା ପୁରାତନ ଛାତ୍ର ପ୍ରମୁଖ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
Popular Categories



