www.samajalive.in
Thursday, December 11, 2025
13.1 C
Bhubaneswar

ଚାକିରୀ ଲାଳସା ଦେଖାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୁପାରିଶ କରୁଛନ୍ତି ଡାକ୍ତର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁଦିନ ଧରି ଫାର୍ମାସିଷ୍ଟ ଓ ରକ୍ତ, ମଳ ମୁତ୍ର ଆଦି ପରୀକ୍ଷା କରିବା ନିମନ୍ତେ ଆବଶ୍ୟକ ସହାୟକ ପଦବୀ ଖାଲି ପଡିଛି। ଏହି ପଦବୀ ଗୁଡିକ ପୂରଣ ନହେବା ଫଳରେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚନ୍ଦ୍ରଗିରି ଓ ଆଖପାଖ ଅଞ୍ଚଳର ପଞ୍ଚାୟତବାସୀ ବାରମ୍ଵାର ଅଭିଯୋଗ କରିଆସୁଥିଲେ ମଧ୍ୟ ସୁଫଳ ମିଳୁନି। ଏହି ପରିପ୍ରେକ୍ଷୀରେ ସରକାରଙ୍କର ବିନା ଅନୁମୋଦନରେ ବିଜ୍ଞାପନ ପ୍ରକାଶନ ନକରି ପଞ୍ଚାୟତ, ବ୍ଲକ, ମେଡିକାଲରେ ପଦବୀ ନିମନ୍ତେ ଆବେଦନ ବିଜ୍ଞାପନ ପୋଷ୍ଟର ନ ମାରି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଉଲ୍ଲାସ ଚରଣ ରାଉତ ୨ ଜଣ ଯୁବକଙ୍କୁ ଚାକିରୀ କରାଇଦେବାର ଲୋଭ ଦେଖାଇ ସେମାନଙ୍କ ନାମ ଉଲ୍ଲେଖ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟକୁ ଏକ ଚିଠି ଇମେଲ ଯୋଗେ ପ୍ରେରଣ କରିଥିବା ଜଣାପଡିଛି।

ନିଯୁକ୍ତି ଓ ସୁପାରିଶ କରିବା ପଛରେ ମୋଟା ଅଙ୍କର ଅର୍ଥ କାରବାରର ଗନ୍ଧ ରହିଥିବା ଶୁଣିବାକୁ ମିଳୁଛି। ରାଜ୍ୟ ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବ୍ଳକ ପ୍ରଶାସନ, ରୋଗୀ କଲ୍ୟାଣ ସମିତିର ଅଜାଣତରେ କିପରି ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର ୨ ଜଣ ଯୁବକଙ୍କ ନାମ ସୁପାରିଶ କଲେ ତାହା ଏବେ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିପତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ବୃଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories