www.samajalive.in
Saturday, December 13, 2025
26.1 C
Bhubaneswar

ଷ୍ଟେଟ୍ ବ୍ୟାଙ୍କରେ ଆଧାର କାର୍ଡ ସଂଶୋଧନ ପାଇଁ ଲମ୍ବା ଧାଡି

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତ ପାଇଁ ମାତ୍ର ଗୋଟିଏ ଆଧାର କାର୍ଡ କେନ୍ଦ୍ର ଷ୍ଟେଟ ବ୍ୟାଙ୍କ କାର୍ୟ୍ୟାଳୟ ମଧ୍ୟରେ ରହିଛି । ପୂର୍ବରୁ ଦୁଇଟି ସ୍ଥାନରେ ହେଉଥିଲା ଆଧାର କାର୍ଡ ସଂଶୋଧନ ଓ ନୂତନ ଆଧାର କାର୍ଡ ନିମନ୍ତେ ଆବେଦନ । ବିଜୁ କଲ୍ୟାଣ ମଣ୍ଡପ ଓ ଷ୍ଟେଟ ବ୍ୟାଙ୍କରେ ହେଉଥିବା ଆଧାର କାର୍ୟ୍ୟାଳୟ ମଧ୍ୟରୁ ଏବେ କିଛି ମାସ ହେଲା ବିଜୁ କଲ୍ୟାଣ ଆଧାର କେନ୍ଦ୍ର ବନ୍ଦ ରହିଛି। କେବଳ ଷ୍ଟେଟ ବ୍ୟାଙ୍କ ପରିସରରେ ହିଁ ଚାଲିଛି ଆଧାର କେନ୍ଦ୍ର । ଜନ ସାଧାରଣଙ୍କ ପାଇଁ ଏବେ ବିଭିନ୍ନ ନ ସମୟରେ ଆଧାର କାର୍ଡ ସଂଯୋଗ ନିଆତି ଆବଶ୍ୟକ ଥିବା ବେଳେ ଲୋକେ ସକାଳ ୭ଟାରୁ ଆସି ଲମ୍ବା ଧାଡିରେ ମୁଖ୍ୟ ରାସ୍ତା ଠାରୁ ବ୍ୟାଙ୍କ ପର୍ୟ୍ୟନ୍ତ ବହୁ ସମୟ ଧରି ଛିଡା ହୋଇ ରହୁଛନ୍ତି । ବ୍ୟାଙ୍କର ନିୟମ କରାଯାଇଛି ଦିନକୁ ୨୦ଟି ହଁ ଆଧାର କାର୍ଡ ସଂଶୋଧନ କିମ୍ବା ନୂତନ କାର୍ଡ କରାଯିବ। ହେଲେ ପ୍ରତ୍ୟେକ ଦିନ ୫୦ରୁ ଉର୍ଦ୍ଧ୍ଵ ଲୋକ ଦୂର ଦୁରାନ୍ତରରୁ ଆସି ବହୁ ସମୟ ଅପେକ୍ଷା କରି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଲୁଛି। ତେଣୁ ଜିଲ୍ଲା ପ୍ରଶାସନ ଓ ବ୍ୟାଙ୍କ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଅଧିକା ଆଧାର କେନ୍ଦ୍ର ଖୋଲିଲେ ଅଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ ବୋଲି ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories