www.samajalive.in
Saturday, December 13, 2025
26.1 C
Bhubaneswar

ଦେଶରେ ୩୭,୮୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୩୬୯ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୮୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ସମୟରେ ୩୯,୧୧୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ୨.୧୬% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୪୯% ରହିଛି। ଏଥିସହିତ ଦିନକ ମଧ୍ୟରେ ୩୬୯ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୧,୪୧୧କୁ ବୃଦ୍ଧିପାଇଛି। ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୩୦,୯୬,୭୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩,୨୨,୬୪,୦୫୧ ଜଣ ସୁସ୍ଥ ହୋଇସାରିଛନ୍ତି। ସଂପ୍ରତି ଦେଶରେ ୩,୯୧,୨୫୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ୫୩.୪୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ସେହି ସମୟ ମଧ୍ୟରେ ମୋଟ ୭୦.୭୫ କୋଟି ପାନ କୋଭିଡ ଟିକା ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories