www.samajalive.in
Monday, December 8, 2025
24.1 C
Bhubaneswar

ବିଜ୍ଞାପନ ପାଉଣା ୧୦୦୦% ବୃଦ୍ଧିକଲେ ନିରଜ ଚୋପ୍ରା

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ ବିଭାଗରେ ୮୭.୫୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ଭାରତୀୟ କ୍ରୀଡାବିତ ନିରଜ ଚୋପ୍ରା ତାଙ୍କ ବିଜ୍ଞାପନ ପାଉଣା (ଏଣ୍ଡୋର୍ସମେଣ୍ଟ ଫି) ୧୦୦୦% ବୃଦ୍ଧି କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସଫଳତା ତାଙ୍କ ଲୋକପ୍ରିୟତାକୁ ଶୀର୍ଷରେ ପହଞ୍ଚାଇଛି ଏବଂ ଅନେକ ତାଙ୍କୁ ଦେଶର କ୍ରୀଡା କ୍ଷେତ୍ରରେ ପୋଷ୍ଟର ବୟ ଭାବରେ ଦେଖିବା ଆରମ୍ଭ କରିଦେଇଛନ୍ତି। ଏହା ତାଙ୍କପାଇଁ ଆର୍ଥିକ ଫାଇଦା ମଧ୍ୟ ଆଣିବାରେ ଲାଗିଛି। ଅନେକ ସଂସ୍ଥା ତାଙ୍କୁ ବିଜ୍ଞାପନରେ ନେବାକୁ ଆଗ୍ରହ ପ୍ରକାଶ କରୁଥିବାବେଳେ ନିରଜ ନିଜର ବିଜ୍ଞାପନ ପାଉଣା ୧୦୦୦ ପ୍ରତିଶତ ବଢାଇ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଜ୍ଞାପନ କରି ସର୍ବାଧିକ ପ୍ରାପ୍ୟ ନେବାରେ ଭାରତର କ୍ରିକେଟ ତାରକା ବିରାଟ କୋହଲି ସର୍ବାଗ୍ରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ବିଜ୍ଞାପନରେ ସ୍ଥାନପାଇ ବାର୍ଷିକ ୧୫ରୁ ୨୫ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ନିରଜ ସଂପ୍ରତି ତାହାର ୧୦ ଗୁଣ ମୂଲ୍ୟରେ ବିଜ୍ଞାପନ ପାଇଁ ଚୁକ୍ତିବଦ୍ଧ ହେବେ ବୋଲି ଜଣାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବିଜ୍ଞାପନ ପାଉଣା ୧୦ ଗୁଣ ବୃଦ୍ଧି କରିବା ଭାରତୀୟ କ୍ରୀଡା ଜଗତରେ ଏକ ଅତୁଳନୀୟ ଘଟଣା ହେବ। ବିଶେଷକରି ବ୍ୟକ୍ତିଗତ କ୍ରୀଡା ଇଭେଣ୍ଟରେ ସଫଳତା ପାଇବା ପରେ ଏଭଳି ମୂଲ୍ୟବୃଦ୍ଧି ପ୍ରଥମ କରି ହେବାକୁ ଯାଉଛି। ବିରାଟ କୋହଲି ସମ୍ପ୍ରତି ପ୍ରତ୍ୟେକ ବିଜ୍ଞାପନ ପାଇଁ ୧ କୋଟିରୁ ୫ କୋଟି ଟଙ୍କା ଦାବି କରୁଛନ୍ତି। ଏବେ ନିରଜ ନିଜର ପାଉଣା ବଢାଇଦେଇ ପ୍ରାୟ ବିରାଟଙ୍କ ସମକକ୍ଷ ହୋଇଛନ୍ତି। ନିରଜ ଖୁବଶୀଘ୍ର ନାଇକି, ସ୍ପୋର୍ଟସ ପାନୀୟ ଗାଟୋରେଡ, ଏକ୍ସନମୋବିଲ ଏବଂ ମସଲବ୍ଲେଜ ଭଳି ବ୍ରାଣ୍ଡ୍‍ ପାଇଁ ବିଜ୍ଞାପନ କରିବାକୁ ଚୁକ୍ତିବଦ୍ଧ ହେବେ ବୋଲି ଜଣାଯାଇଛି। ଇତିମଧ୍ୟରେ ନିରଜ ମଦ୍ୟ ଏବଂ ତମାଖୁ ଭଳି ବ୍ରାଣ୍ଡ୍‍ ର ବିଜ୍ଞାପନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories