www.samajalive.in
Wednesday, December 10, 2025
14.1 C
Bhubaneswar

ମସରତ ଆଲାମ କଠୋରପନ୍ଥୀ ହୁରିୟାତ କନଫରେନ୍ସ ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: କଠୋରପନ୍ଥୀ ହୁରିୟାତ କନଫରେନ୍ସର ଅଧ୍ୟକ୍ଷ ଭାବରେ ମସରତ ଆଲାମ ନିଯୁକ୍ତ ହୋଇଛନ୍ତି। ଗତ ସପ୍ତାହରେ ସୟଦ ଅଲୀ ଶାହ ଗିଲାନିଙ୍କ ପରଲୋକ ପରେ ହୁରିୟାତର ଅଧ୍ୟକ୍ଷ ପଦ ଖାଲି ହୋଇଥିଲା। ଗଣମାଧ୍ୟମକୁ ଏକ ବିବୃତି ଜାରିକରି ହୁରିୟାତ ପକ୍ଷରୁ କୁହାଯାଇଛି ଯେ ଜମ୍ମୁ କାଶ୍ମୀର ଜନସାଧାରଣ ହୁରିୟାତର ନେତୃତ୍ୱ ପ୍ରତି ବହୁ ଆଶା ଆକାଂକ୍ଷା ରଖିଥାନ୍ତି। ଏହି ଅବସରରେ ଶବିର ଅହମଦ ଶାହ ଏବଂ ଗୁଲାମ ଅହମଦ ଗୁଲଜାର ଏହି କଠୋର ବିଚ୍ଛିନ୍ନତାବାଦୀ ସଂଗଠନର ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସଂଗଠନ ପକ୍ଷରୁ କୁହାଯାଇଛି ଏହି ନିଯୁକ୍ତି ସାମୟିକ ଭାବରେ କରାଯାଇଛି ଏବଂ ହୁରିୟାତର ବିଧି ବ୍ୟବସ୍ଥା ଅନୁଯାୟୀ ଏହି ପଦବୀ ସକାଶେ ନିର୍ବାଚନ କରାଯିବ। ଅଲୀ ଶାହ ଗିଲାନି ଏହି ବିଚ୍ଛିନ୍ନତାବାଦୀ ଗୋଷ୍ଠୀର ଆଜୀବନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ, କିନ୍ତୁ ଗତବର୍ଷ ଠାରୁ ସେ ଏହି ସଂଗଠନର ଅଧ୍ୟକ୍ଷ ପଦବୀରୁ ଓହରିଯିବା ସହିତ ନିଜକୁ ସଂଗଠନ ଠାରୁ ଦୂରେଇ ନେଇଥିଲେ। ସେ ପାକିସ୍ତାନର ଜଣେ ଦୃଢ ସମର୍ଥକ ଥିଲେ ଏବଂ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories