www.samajalive.in
Thursday, December 11, 2025
26.1 C
Bhubaneswar

ବୁଧବାର ରାଶିଫଳ ୦୮.୦୨.୨୦୧୧

ମେଷ: ଶତ୍ରୁର ଆହ୍ବାନକୁ ଗ୍ରହଣ କରିପାରନ୍ତି। ଶୁଭକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦନ କରିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି।
ବୃଷ: ଘାତଚନ୍ଦ୍ର ଭଳି ଆଂଶିକ ବିପଦକୁ ଏଡ଼ାଇ ବ୍ୟବସାୟକୁ ଲାଭଜନକ କରାଇବାରେ ସକ୍ଷମ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶୁଭ ଖବର ମିଳିପାରେ। ଅଧ୍ୟୟନରତ ହେବେ। ବିଭିନ୍ନ ଦିଗରୁ ଅର୍ଥ ମିଳିବ।
ମିଥୁନ: ପରିଶ୍ରମ ଅତ୍ୟଧିକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ଭୁଲ୍‌ ବୁଝାମଣା ଯୋଗୁଁ ସାମାନ୍ୟ ବିବାଦ ମୁଣ୍ଡ ଟେକିପାରେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।
କର୍କଟ: ଉଚ୍ଚ ଆଶା ଫଳବତୀ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିନା ବାଧାରେ ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଦେବଦର୍ଶନ ଲାଭ କରି ସନ୍ତୁଷ୍ଟ ହେବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ସିଂହ: ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି। ସ୍ବାଧୀନ ହେତୁ ସୁଖୀ ହୋଇପାରନ୍ତି। ବିନୀତ ସ୍ବଭାବର ହେବେ। ପରାମର୍ଶଦାତା ହେବେ। କାବ୍ୟକର୍ତ୍ତା ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ଓ ଶାସ୍ତ୍ରାଭ୍ୟାସୀ ହେବେ।
କନ୍ୟା: ଆୟ ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରୁ ଓହରିଯାଇ ଆଶ୍ବସ୍ତ ହେବେ। ଯାତ୍ରା ଶୁଭଦାୟକ ହେବ। କର୍ମଚଞ୍ଚଳ ରହିବେ। ମଧୁରଭାଷୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ବ୍ୟୟ ଅଧିକ ହୋଇପାରେ।
ବିଛା: ଆୟ ପରିମାଣ ଯଥେଷ୍ଟ ପରିମାଣର ହେବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସସ୍ବାଦ ପାଇ ଖୁସି ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିପାରେ।
ଧନୁ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସମ୍ବାଦ ଶୁଣି ଖୁସି ହେବେ। କାର୍ଯ୍ୟର ସଫଳ ରୂପାୟନ କରିବାରେ ପାରଙ୍ଗମ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।
ମକର: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିବେ। ଜନପ୍ରିୟ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ।
କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନୋଭାବ ପ୍ରଶାସନ ବିରୋଧୀ ହୋଇପାରେ। ଦେବ, ଗୁରୁ, ଦ୍ବିଜଙ୍କଠାରେ ଭକ୍ତିଭାବ ଜାଗ୍ରତ ହେବ। ତୀର୍ଥଯାତ୍ରାଦି ଶୁଭକର୍ମରେ ଧନ ବ୍ୟୟ କରିବେ। ମୁନି ବେଶ ଧାରଣ କରିବେ।
ମୀନ: ବହୁ ମିତ୍ରଙ୍କ ସହାୟତା ପାଇ ଶତ୍ରୁଙ୍କୁ ପରାଜିତ କରିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନ ସୁଖ ମିଳିବ। ବ୍ୟବସାୟ ଲାଭଜନକ ହେବ। ରୁଚିକର ଖାଦ୍ୟ ପାଇ ଆନନ୍ଦିତ ହେବେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories