www.samajalive.in
Sunday, December 14, 2025
26.1 C
Bhubaneswar

ଶିକୁଳିରେ ବନ୍ଧାହୋଇ ବିତୁଛି ଯୌବନ, ଚିକିତ୍ସା ଲାଗି ଅର୍ଥ ସାଜିଲା ବାଧକ

ନବରଙ୍ଗପୁର, ମା’ର ଆଶା ଥିଲା ପୁଅ ବଡ଼ ହେବ, ଜୀବନ ସନ୍ଧ୍ୟାରେ ସାହା ହେବ। କିନ୍ତୁ ବିଧି ର ବିଧାନ କିଛି ଅଲଗା ଥିଲା ଯେଉଁ ହାତ ଧରି ମାଁ ବୃଦ୍ଧା ସମୟରେ ଚାଲିବାର ସ୍ବପ୍ନ ଦେଖିଥିଲା। ସେ ମା’ ର ସ୍ବପ୍ନ ଆଜି ଧୂଳିସାତ ହୋଇ ଯାଇଛି। ସାହାରା ଦେବା ହାତ ଆଜି ସହାୟତା ମାଗୁଛି କ୍ଷ ଯୁବକ ଜଣକର ମାନସିକ ବିକୃତି ଯୋଗୁଁ ଦୀର୍ଘ ସାତ ବର୍ଷ ହେଲା ଶିଙ୍କୁଳି ରେ ବନ୍ଧା ହୋଇ ଜୀବନ ବିତୁଛି କ୍ଷ ହାତ ଓ ଗୋଡ ଶିଙ୍କୁଳିରେ ବନ୍ଧା ହୋଇଛି କ୍ଷ ଶିଙ୍କୁଳି ଖୋଲିଦେଲେ ଗାଁ ଛାଡି ଚାଲିଯିବା ସହ ଅନ୍ୟମାନଙ୍କୁ ଆକ୍ରମଣ କରିବାର ଭୟ ରହିଥିବାରୁ “ଭତ୍ରା ପରିବାର ” ପୁଅର ଦୁଇ ହାତ ଓ ଗୋଡ ଶିଙ୍କୁଳି ରେ ବାନ୍ଧି ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ପିତାକୁମୁଲି ଗ୍ରାମର ଦଇନୁ ଭତ୍ରା ନିକଟରେ କ୍ଷ ଯୌବନ ବୟସରେ ଶିକୁଳିରେ ବନ୍ଧା ପଡିଥିଲା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।
ନନ୍ଦାହାଣ୍ଡି ବ୍ଲକ ପିତାକୁମୁଲି ଗ୍ରାମର ଦଇନୁ ଭତରା, ବୟସ ୩୦ବର୍ଷ କ୍ଷ ଦଇନୁ ଙ୍କ ହାତ ଗୋଡ଼ରେ ଶିକୁଳି ବନ୍ଧା ହୋଇ ରାସ୍ତାରେ ଧୀରେ ଧୀରେ ଚାଲୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁ ବୟସରେ ଅନ୍ୟ ର ସହାୟ ହେବା କଥା ଅନ୍ୟ ମାନେ ଦଇନୁ କୁ ସାହାଯ୍ୟ କରୁଛନ୍ତି। ଦଇନୁ ପିଲା ବେଳରୁ ଏମିତି ମାନସିକ ଭିନ୍ନକ୍ଷମ ନଥିଲେ ପ୍ରାୟ ସାତ ବର୍ଷ ପୂର୍ବେ ହଟାତ ମାନସିକ ବିକୃତି ଦେଖା ଯାଇଥିଲା। ପରିବାର ଲୋକ ଯଥା ସମ୍ଭବ ଚିକିତ୍ସା କରାଇଲେ କ୍ଷ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ଚିକିତ୍ସା କରାଇଲେ । ଏତିକିରେ ଦୁଇ ଏକର ଜମି ବନ୍ଧା ପଡ଼ିବା ସହ ବୃଦ୍ଧା ମା ଙ୍କ ସୁନା ଗହଣା ବିକ୍ରି ହୋଇ ଗଲା ଆଉ ଅର୍ଥ ନଥିବା ଯୋଗୁଁ ଚିକିତ୍ସା ହୋଇ ପାରିଲା ନାହିଁ ବୋଲି କହିଛନ୍ତି ପରିବାର ଲୋକ । ଦଇନୁର ମାନସିକ ବିକୃତି ଏତେ ମାତ୍ରାରେ ବଢିଗଲା ଜେ ବାହାର ଲୋକଙ୍କୁ ଦେଖିଲେ ବାଡେଇ ବାକୁ ଯାଉଥିଲା ଏବଂ ଗାଁ ଦାଣ୍ଡରେ ଲୋକଙ୍କୁ ମାରପୀଟ କରୁଥିବା ହେତୁ ପରିବାର ଲୋକେ ଦଇନୁ କୁ ଶିକୁଳିରେ ହାତ ଗୋଡ଼ ବାନ୍ଧି ଘରେ ରଖିବାକୁ ବାଧ୍ୟ ହେଲେ।

 

- Advertisement -

ଆଜିକୁ ସାତ ବର୍ଷ ହେବ ଏମିତି ବନ୍ଦୀ ଜୀବନ ବିତାଉଛନ୍ତି ଦଇନୁ । ଘରର ଭେଣ୍ଡା ପୁଅ ଦଇନୁ ଅସହାୟ ର କାହାଣୀ କହିବା ବେଳକୁ ମା ପଦ୍ମାଙ୍କ ଆଖି ଛଳଛଳ ହୋଇ ପଡୁଥିଲା, ମୁଁ ବଞ୍ଚିଥିଲା ଯାଏ ପୁଅକୁ ପାଳିବି କିନ୍ତୁ ମୋ ଅନ୍ତେ କିଏ ସାହାରା ହେବ ବୋଲି ଚିନ୍ତା ପ୍ରକଟ କରିଥିଲେ ମାଁ ପଦ୍ମା । ଅନ୍ୟପଟେ ସେ ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ଚାଉଳ ପାଉଥିବା ବେଳେ ଘର ଖଣ୍ଡିଏ ନଥିବା କହିଛନ୍ତି ପଦ୍ମା । ପୁଅର ଚିକିତ୍ସା ପାଇଁ ଓ ଘର ଖଣ୍ଡିଏ ପାଇଁ ବାରମ୍ବାର ବିଭିନ୍ନ କାର୍ୟ୍ୟାଳୟକୁ ବୁଲି ଗୁହାରି କରି କେହି ନ ଶୁଣୁ ନଥିବା କହି ସରକାରୀ ସହାୟତା ଲଢ଼ିଛନ୍ତି କ୍ଷ
ଅନ୍ୟପଟେ ଆମେ ଏହି ଘଟଣା କୁ ନେଇ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଶିବଶଙ୍କର ମୁର୍ମୁ ଙ୍କୁ ସାକ୍ଷାତ କରିବାରୁ ସେ ଏହି ବିଷୟରେ ଆମ ଠାରୁ ଅବଗତ ହୋଇଥିବା କହିବା ସହ ସେ ଏହାର ତଦନ୍ତ କରି ସରକାରଙ୍କ ନିୟମ ଅନୁଯାଇ ଦଇନୁ ଓ ତାଙ୍କ ପରିବାରକୁ ସାହାଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜ୍ଝ

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories