www.samajalive.in
Sunday, December 14, 2025
23.1 C
Bhubaneswar

ଆସନ୍ନ ମରୁଡି : ପୂର୍ବତନ ମୁଖ୍ୟମନ୍ତ୍ରୀ କଲେ ଇନ୍ଦ୍ରପୂଜା

ଝାରସୁଗୁଡ଼ା/ଲଇକେରା : ବର୍ଷାଭାବ ହେତୁ ସମଗ୍ର ଜିଲାରେ ମରୁଡ଼ି ପରିସ୍ଥିତି ଉତ୍ପନ୍ନ ହେଲାଣି। ନୂଆଖାଇ ନିକଟତର ହୋଇ ସାରିଥିବା ସତ୍ତ୍ବେ ଅନେକ ଚାଷୀ ରୁଆ, ବେଉଷଣ କରି ପାରିନାହାନ୍ତି। ଏମିତିରେ ଗାଁ ଗାଁରେ ଏବେ ବର୍ଷା ପାଇଁ ଇନ୍ଦ୍ରପୂଜା କରାଯାଉଥିବା​‌ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ମଧ୍ୟ ପରିବାର ସହ ଇନ୍ଦ୍ରପୂଜା​‌ କରି ଏବେ ଚର୍ଚ୍ଚାରେ ରହିଛନ୍ତି ।
ଝାରସୁଗୁଡା ଜିଲା କିର୍ମିରା ବ୍ଲକ ଠାକୁରପଡା ଗାଁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ବାଳ ସପତ୍ନୀକ, ଭାଇ କ୍ଷୀରୋଦ ଚନ୍ଦ୍ର ବିଶ୍ୱାଳ ଓ ଗ୍ରାମବାସୀଙ୍କ ସହ ପ୍ରଚଣ୍ଡ ଖରାରେ ବସି ଏକତ୍ରିତ ଇନ୍ଦ୍ର ପୂଜା କରିଛନ୍ତି। ଏଥିଯୋଗୁଁ ରବିବାର ପଣ୍ଡିତଙ୍କ ବେଦମନ୍ତ୍ର ସାଙ୍ଗକୁ ପବିତ୍ର ହୋମାଗ୍ନିରେ ଘୃତାହୁତି, ଘଣ୍ଟ ଘଣ୍ଟା ଓ ହରିବୋଲ ହୁଳ ହୁଳି ଧ୍ୱନୀରେ ପରିବେଶ ଭକ୍ତିମୟ ହୋଇ ଉଠିଥିଲା । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ କହିଛନ୍ତି ଅଗଷ୍ଟ ମାସରେ ବହୁତ କମ ବର୍ଷା ହୋଇଛି ଏଣୁ ଅଗଷ୍ଟ ମାସର ରିପୋର୍ଟକୁ ଆଧାର କରି ଏବେ ଠାରୁ ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟକୁ ମରୁଡି ଘୋଷଣା କରିବା ଉଚିତ। ସରକାର ଆନୁସଙ୍ଗିକ ସାହାଯ୍ୟ ମଧ୍ୟ ଲୋକଙ୍କୁ ଯୋଗାଇ ଦେବାର ଆବଶ୍ୟକତା ରହିଛି। ଧାରାଶ୍ରାବଣ ସରି ଭାଦ୍ରବ ୧୫ଦିନ ଅତିକ୍ରାନ୍ତ ହୋଇଗଲାଣି।
ପ୍ରାୟ ୨ମାସ ହେବ ବର୍ଷା ଉଭାନ ହୋଇଯାଇଛି। ବର୍ଷାଭାବ ଯୋଗୁଁ ଏବେ ଜମି ଫାଟି ଆଁ କରିଛି ଓ କେତେକ ସ୍ଥାନରେ ଧାନ ମରିଯାଉଛି। ଯାହାକୁ ଦେଖି ଚାଷୀ ଆଖିରୁ ନିଦ ହଜିଗଲାଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଜଳାଭାବ ଯୋଗୁଁ ଧାନ ହଳଦିଆ ହୋଇ ମରିବାକୁ ବସୁଛି । ହଜାର ହଜାର ଟଙ୍କା ଦେଇ ଉନ୍ନତ କିସମର ବିହନ ଚାଷ କରିଥିବା ଚାଷୀ ଏବେ ଆକାଶର ବର୍ଷା ଜଳକୁ ଅପେକ୍ଷା କରିଛି। ଏହି ପରିପ୍ରେକ୍ଷୀରେ ସରକାରୀ ସହାୟତା ଏବେ ଚାଷୀ ପାଇଁ ଏକ ମାତ୍ର ବିକଳ୍ପ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories