www.samajalive.in
Saturday, December 13, 2025
26.1 C
Bhubaneswar

ଇନରହ୍ୱିଲ କ୍ଲବର ଗୁରୁ ସମ୍ବର୍ଦ୍ଧନା ସମାରୋହ

ଆଠଗଡ଼ :  ଆଠଗଡ଼ ଇନରହ୍ୱିଲ କ୍ଲବ ଆନୁୁକୁଲ୍ୟରେ ବିକ୍ରାନ୍ତ ମୋଟର୍ସର ସହଯୋଗରେ ପବିତ୍ର ଗୁରୁଦିବସ ଅବସରରେ ଏକ ଗୁରୁ ସମ୍ବର୍ଦ୍ଧନା ସମାରୋହ  ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ନିରଜନଳିନୀ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁ ହେଉଛନ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ଆଲୋକବର୍ତ୍ତିକା ବୋଲି ମତବ୍ୟକ୍ତ କରିଥିଲେ । ଭାରତୀୟ ସଂସ୍କୃତିରେ ଗୁରୁଶିଷ୍ୟ ପରମ୍ପରା ଅତ୍ୟନ୍ତ ମହାନ ବୋଲି ଶ୍ରୀ ଦାଶ କହିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଭୁବନାନନ୍ଦ ଦାସ ଓ ସମ୍ମାନିତ ବକ୍ତା ଭାବେ ଜିମସାରର ମୁଖ୍ୟ ଚିକିତ୍ସାଧିକାରୀ ତଥା ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ପଦ୍ମଚରଣ ଦାଶ ଛାତ୍ରଛାତ୍ରୀଙ୍କର ଚରିତ୍ର ଗଠନ ସହିତ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାଦାନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗୁରୁଙ୍କର ରହିଛି ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୂର୍ବତନ ସଭାପତି ପୁଲିନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭପତି କଳ୍ପଲତା ଦାଶ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦିକା ରାଜେଶ୍ୱରୀ ଗୋସ୍ୱାମୀ ଇନରହ୍ୱିଲ ପ୍ରାର୍ଥନା ପାଠ କରିବା ସହ କାର୍ଯ୍ୟକ୍ରମ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁନ୍ଦର ନାରାୟଣ ମିଶ୍ର, ଶିକ୍ଷୟିତ୍ରୀ ସୁଷମା ମିଶ୍ର ଏବଂ ବିଣାପାଣୀ ଦାସଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ଗୁରୁଦିବସ ଉପଲକ୍ଷେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିବାବେଳେ କ୍ଲବର ସଦସ୍ୟା ପ୍ରଣତି ପଣ୍ଡା, ଜସ୍ମିନ ପଟ୍ଟନାୟକ, ଦୀପାଳି ଦାଶ, ଅଞ୍ଜନା ମିଶ୍ର, ମଞ୍ଜୁଳା ଦାସ, ମନୋଜିନୀ ତ୍ରିପାଠୀ ପ୍ରମୁଖ କବିତା ପାଠ କରିଥିଲେ। ଏହି ଅବସରରେ କ୍ଲବ ପକ୍ଷରୁ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଶକ୍ତି ପ୍ରସାଦ ମିଶ୍ର ଓ ଅଜନ୍ତାଶିଳ୍ପା ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବର ସିସିସି ମଞ୍ଜୁଲତା ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories