www.samajalive.in
Sunday, December 14, 2025
19.1 C
Bhubaneswar

ଅତାବିରା ରେ ବଡ ଧରଣର ଡକାୟତି ପଣ୍ଡ

ରେଙ୍ଗାଲିକେମ୍ପ: ଆଜି ବିଳମ୍ୱିତ ରାତିରେ  ଅତାବିରା  ଜାତୀୟ ରାଜପଥ କଡ଼ରେ ଥିବା ମାରୱାଡ଼ି ଧର୍ମଶାଳା ନିକଟରେ ରହିଥିବା ମାଁ ଏମ୍ ଆର୍ ଏଫ୍ ଟାୟାର ଦୋକାନ ରେ ଲାଗିଥିବା ତାଲା କୁ କଟର ରେ କାଟି  ଚୋରି କରିବା ଉଦ୍ୟମ କରିଥିଲେ।କିନ୍ତୁ ପରିସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡୁଛି ଜେ ଡକାୟତ ମାନେ ସଟର  ର ମଝିରେ ରହିଥିବା  ସେଣ୍ଟର୍ ତାଲା  ଭାଙ୍ଗି ପାରି ନଥିଲେ ,ଫଳରେ ତାଙ୍କର ଉଦ୍ୟମ ପଣ୍ଡା ରହିଥିଲା। ସକାଳୁ ୬ ଟା ୩୦ ରେ ବରଗଡ଼ ରୁ ଆସି ଦେଖିଥିଲେ ସଟର  ର ତାଲା  କଟାହୋଇ ପଡ଼ିଥିଲା। ଏହା ଦେଖି ସେ  ପ୍ରଥମେ ଭାବିଲେ କି ଦୋକାନର ସବୁ ଚୋରି ହୋଇ ଯାଇଛି।।କିନ୍ତୁ ସେଣ୍ଟର୍ ତାଲା ବନ୍ଦ ଥିଲା,ତେଣୁ ସଟର ଖୋଲିପାରିନଥିଲେ। ପରେ  ଦୋକାନ ଖୋଲି ସି ସି ଟିଭି  ଫୁଟେଜ ଖୋଲି ଦେଖି ଥିଲେ କିନ୍ତୁ ବାହାର ର କୌଣସି ଫଟୋ ସଫା ଆସୁନଥିଲା।ବାହାରେ ଥିବା ସି ସି କେମେରା କୁ ପ୍ରଥମେ  ଏହି ଚୋର ମାନେ ଭାଙ୍ଗି ଦେଇ ପାରେ ତାଲା କାଟି ଚୋରି କରିବା ର ଚିନ୍ତାଧାରା ରଖିଥିଲେ  ନିଶ୍ଚିତ ଭାବରେ।କିନ୍ତୁ ସଫଳତା ତାଙ୍କୁ ମିଳି ନଥିଲା।
ଏ ନେଇ ସେ ପ୍ରଥମେ  ଅତାବିରା  ବଣିକ ସଂଘ  ଓ ପରେ ଥାନାକୁ  ଫୋନ କରି ଜଣାଇଥିଲେ। ଥାନା ଅଧିକାରୀ ଦିଲିପ୍ ବେହେରା  ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ ।ଜାତୀୟ ରାଜପଥ କଡ଼ରେ ଥିବା ଦୋକାନ ଗୁଡ଼ିକ ଯଦି ସୁରକ୍ଷିତ ନୁହେଁ ତେବେ ଗଲି କନ୍ଦିରେ ରହିଥିବା ଦୋକାନ ଆଉ ଘର ଗୁଡ଼ିକର ସୁରକ୍ଷା ଆଉ କିପରି ଆଶା କରାଯାଇପାରିବ ବୋଲି ବଣିକ ସଂଘ କ୍ଷୋଭ ପ୍ରକାଶ କରିଥିଲା।ଦୋକାନ ମାଲିକ ମିତେଶ ଶର୍ମା  ଥାନାରେ ଏକ ଲିଖିତ ଅଭିଯୋଗ  ମଧ୍ୟ କରିଛନ୍ତି।ଥାନା ଅଧିକାରୀ ଶ୍ରୀ ବେହେରା ଏହାକୁ ଚେଲେଞ୍ଜ କରି ଆଗକୁ ଯେମିତି ଆଉ ଏମିତି ନା ହୁଏ ସେଥିପାଇଁ ବିହିତ ପଦକ୍ଷେପ ନେବେ ବୋଲି କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories