www.samajalive.in
Saturday, December 13, 2025
21.1 C
Bhubaneswar

ରକ୍ତହୀନତା ରୋଗରେ ନାବାଳିକା ମୃତ

କଣ୍ଟାମାଳ : ଜଣେ ୧୦ ବର୍ଷର ନାବାଳିକା ଚିକିତ୍ସା ସୁବିଧା ନ ପାଇ ବାପମାଆଙ୍କ ସମ୍ମୁଖରେ ଛଟପଟ ହୋଇ ମୃତ୍ୟୁ ବରଣ କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଲମ୍ବସରୀ ପଞ୍ଚାୟତ ପିଣ୍ଡ।ପଦର ଗ୍ରାମରେ। ସୂଚନା ଅନୁସାରେ ପିଣ୍ଡ।ପଦର ଗ୍ରାମର ସପୁର ଓ ସାବି ପ୍ରଧାନଙ୍କ ଏକମାତ୍ର ଝିଅ ନମିତା(୧୦) ଗତ ୫ବର୍ଷ ହେଲା ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇ ପ୍ରତିମାସ ନିୟମିତ ବ୍ୟବଧାନରେ ରକ୍ତ ଦେବାକୁ ପଡିଥାଏ। ଏଥିପାଇଁ ଏହି ଗରିବ ଦମ୍ପତି ତାଙ୍କ ସୁନାରୁପା, କଂସା ବାସନ ସବୁ ବିକ୍ରି କରି ସାରିଲେଣି। ଝିଅକୁ ଭଲ କରିବାକୁ ଚିକିତ୍ସା ପାଇଁ ସୋନପୁର, ବଲାଙ୍ଗୀର, ବୁର୍ଲା ପ୍ରଭୃତି ସ୍ଥାନ ମାନଙ୍କୁ ନେଇ ପ୍ରଚୁର ଅର୍ଥ ଶ୍ରାଦ୍ଧ କରିସାରିଲେଣି। ଏବେ ହାତରେ ଟଙ୍କାଟିଏ ନାହିଁ। ଗରିବ ଯୋଗୁଁ ଟଙ୍କା ଫେରସ୍ତ ନ କରିପାରିବା ସନ୍ଦେହରେ ଅ।ତ୍ମୀୟମାନେ ମଧ୍ୟ ଟଙ୍କା ଦେବାକୁ ମନା କରିଦେଲେ।
ଏହି ଘଡିସନ୍ଧି ମୁହୂର୍ତ୍ତରେ ଗତ ମାସ ୧୯ ତାରିଖ ଦିନ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉକ୍ତ ଝିଅ ପାଖରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାରେ ଲାଗି ପଡିଥିଲା। ତାକୁ ବୌଦ୍ଧ ଆଣି ରକ୍ତ ଦେଲାପରେ କଟକକୁ ସ୍ଥାନାନ୍ତରିତ କରିଥିଲା। ହେଲେ ଝିଅର ମାଆ ସାବିଙ୍କ ଏକା ଜିଦ ସେ ବୁର୍ଲା ନେବ। ତାପରେ ନମିତାକୁ ବୁର୍ଲା ସ୍ଥାନାନ୍ତରିତ କରିଥିଲେ। ସେଠାରେ ୩ ଗୋଟି ସ।ଲାଇନ ଦେଲାପରେ କଟକକୁ ରେଫର କରିବାରୁ ସାବି ଜଣେ ଗାଉଁଲି ନିରକ୍ଷର ମହିଳା ହୋଇଥିବାରୁ କଟକ ଯିବାକୁ ପଛଘୁଞ୍ଚା ଦେଇ ନମିତାକୁ ଘରକୁ ଫେରାଇ ଆଣିଥିଲେ। ଆସିବାକୁ ହାତରେ ଟଙ୍କା ନ ଥିବାରୁ ଗାଁରେ ପହଞ୍ଚି ଧାର ଆଣି ଗାଡିଭଡା ଅର୍ଥ ପ୍ରଦାନ କରିଥିଲେ। ଉଭୟ ବାପମାଆ ଅନ୍ୟ ଉପାୟ ନ ପାଇ ଝିଅର ଜୀବନ ଭଗବାନଙ୍କ ଭରସାରେ ଛାଡି ଦେଇଥିଲେ। ଝିଅର ଯନ୍ତ୍ରଣାକୁ ଆଖିରେ ଦେଖି ଛାତିରେ ପଥର ଚାପି ସବୁ ଦେଖି ନିରୁତ୍ତର ରହି କେବଳ ଲୁହ ଗଡାଉଥିଲେ। ନମିତା ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରିଥିବା ଦୃଶ୍ୟକୁ ନିଜ ଆଖିରେ ଦେଖିଥିବା ଉଭୟ ସପୁର ଓ ସାବି କହିଲା ବେଳେ କୋହ ସମ୍ବରଣ କରିପାରି ନଥିଲେ। ତେବେ ଦାରିଦ୍ର୍ୟତା ସାଙ୍ଗକୁ ଅଜ୍ଞତା ଯୋଗୁଁ ଗୋଟିଏ ନିରୀହ ସରଳ ନାବାଳିକାର ଜୀବନ ଚାଲି ଯାଇଥିବା ଗାଁରେ ଆଲୋଚନା ହେଉଛି। ନମିତାକୁ କଟକ ନେଇଥିଲେ ହୁଏତ ଆଉ କିଛିଦିନ ବଞ୍ଚି ପାରିଥାନ୍ତା ବୋଲି ମତ ପ୍ରକାଶ ପାଇଛି।

 

- Advertisement -

 

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories